ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଟଳିବ ଯୁଦ୍ଧ ବିପଦ: ବାଇଡେନ-ପୁଟିନ ଆଲୋଚନା!

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ବିପଦ ଟାଳିବାକୁ ପ୍ରୟାସ । ସମସ୍ୟାର ସମାଧାନ ପାଇଁ ଶିଖର ସମ୍ମିଳନୀ ଡାକିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଛନ୍ତି । ତେବେ ଏନେଇ ଗୋଟିଏ ସର୍ତ୍ତ ରହିଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ରହିଛି । ସର୍ତ୍ତ ହେଲା, ୟୁକ୍ରେନ ଉପରେ ଯେଭଳି ଋଷ ଆକ୍ରମଣ ନକରେ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏହି ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ । ୟୁରୋପର ନିରାପତ୍ତା ଓ ରାଜନୈତିକ ସ୍ଥିରତା ଦୃଷ୍ଟିରୁ ଏହି ବୈଠକ ଜରୁରୀ ବୋଳି ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା ।

ତେବେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପୂର୍ବରୁ ୨୪ ତାରିଖରେ ଭବିଷ୍ୟତ ଋଣନୀତି ସ୍ଥିର କରିବାକୁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବସିବ । ଅନ୍ୟପଟେ ଶାନ୍ତି ଫେରାଇଆଣିବାକୁ ଫ୍ରାନ୍ସ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉଦ୍ୟମ ପରେ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରମୁଖ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତିା ସେପଟେ ଆମେରିକା ଗୁଇନ୍ଦା ବିଭାଗ କହିଛି, ଯୁଦ୍ଧ ପାଇଁ ଋଷ ଆଦେଶ ଦେଇଛି ।

ଭ୍ଲାଦିମିର ପୁଟିନଙ୍କ କହିବା ଓ କରିବାର ପାର୍ଥକ୍ୟ ରହିଛି । ତେବେ ଋଷ ଦାବି କରିଛି ଯେ, ତାର ସେନା ପଛକୁ ହଟାଇଛି । ଗଣମାଧ୍ୟମ ସଂସ୍ଥ ସିଏନଏନ କହିଛି ଯେ,ଋଷ ତାର ସେନାକୁ ଆକ୍ରମଣ ପାଇଁ ଆଦେଶ ଦେଇନାହିଁ । ଏହା ବି ହୋଇପାରେ ଗୁଇନ୍ଦା ବିଭାଗ ପାଶ୍ଚତ୍ୟ ଦେଶମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିପାରେ ।

Leave A Reply

Your email address will not be published.