ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜିଠୁ ବିନା କଟକଣାରେ ଜଗା ଦର୍ଶନ

0

ଆଜିଠୁ ଆରମ୍ଭ ହୋଇଛି କଟକଣା ମୁକ୍ତ ଜଗା ଦର୍ଶନ । କରୋନା ସଂକ୍ରମଣ ରାଜ୍ୟରେ କମିଥିବାରୁ ବିନା କଟକଣାରେ ଏବେ ଜଗାକୁ ଦେଖିପାରିବେ ଭକ୍ତ । ପାଖାପାଖି ଦୁଇ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ରୁ ରାତି ୯ ପର୍ଯ୍ୟନ୍ତ କାଳିଆ ଦର୍ଶନ କରିପାରିବେ । ଜଗା ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ମଧ୍ୟ ଆଉ ଦେଖେଇବାର ଆବଶ୍ୟକ ହିଁ । କିଓସ୍କ କାଉ ର ମଧ୍ୟ ହଟାଯାଇଛି । ତେବେ କୋଭିଡ ସଂକ୍ରମଣ ପୁରା ନିୟନ୍ତ୍ରଣକୁ ଆସିନଥିବାର ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ପୂର୍ବ ପରି ପ୍ରତି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରିବା ଉଦ୍ଦେଶ୍ୟରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ତେବେ ମାର୍ଚ୍ଚ ୧୦ ଭିତରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯାଇ ସେତେବଳର ସ୍ଥିତି ଦେଖି ରବିବାର ମନ୍ଦିର ବନ୍ଦ ରହିବ କି ନାହିଁ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଅଗଷ୍ଟ ୨୦୨୧ରେ ଦୀର୍ଘ ୪ ମାସର ଅପେକ୍ଷା ପରେ ଶ୍ରୀମନ୍ଦିର ଖୋଲିଥିଲା । କିନ୍ତୁ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦୁଇ ଡୋଜ ଟିକା ପ୍ରମାଣ ପତ୍ର ଓ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ଥିଲା । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଗତ ୧୪ ତାରିଖରେ ଛତିଶାନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇଥିଲା

Leave A Reply

Your email address will not be published.