ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜିଠୁ ବିନା କଟକଣାରେ ଜଗା ଦର୍ଶନ

0

ଆଜିଠୁ ଆରମ୍ଭ ହୋଇଛି କଟକଣା ମୁକ୍ତ ଜଗା ଦର୍ଶନ । କରୋନା ସଂକ୍ରମଣ ରାଜ୍ୟରେ କମିଥିବାରୁ ବିନା କଟକଣାରେ ଏବେ ଜଗାକୁ ଦେଖିପାରିବେ ଭକ୍ତ । ପାଖାପାଖି ଦୁଇ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ରୁ ରାତି ୯ ପର୍ଯ୍ୟନ୍ତ କାଳିଆ ଦର୍ଶନ କରିପାରିବେ । ଜଗା ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ମଧ୍ୟ ଆଉ ଦେଖେଇବାର ଆବଶ୍ୟକ ହିଁ । କିଓସ୍କ କାଉ ର ମଧ୍ୟ ହଟାଯାଇଛି । ତେବେ କୋଭିଡ ସଂକ୍ରମଣ ପୁରା ନିୟନ୍ତ୍ରଣକୁ ଆସିନଥିବାର ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ପୂର୍ବ ପରି ପ୍ରତି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରିବା ଉଦ୍ଦେଶ୍ୟରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ତେବେ ମାର୍ଚ୍ଚ ୧୦ ଭିତରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯାଇ ସେତେବଳର ସ୍ଥିତି ଦେଖି ରବିବାର ମନ୍ଦିର ବନ୍ଦ ରହିବ କି ନାହିଁ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଅଗଷ୍ଟ ୨୦୨୧ରେ ଦୀର୍ଘ ୪ ମାସର ଅପେକ୍ଷା ପରେ ଶ୍ରୀମନ୍ଦିର ଖୋଲିଥିଲା । କିନ୍ତୁ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦୁଇ ଡୋଜ ଟିକା ପ୍ରମାଣ ପତ୍ର ଓ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ଥିଲା । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଗତ ୧୪ ତାରିଖରେ ଛତିଶାନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତ୍ତି ହୋଇଥିଲା

Leave A Reply

Your email address will not be published.