ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ପଞ୍ଚାୟତ ଲଢେଇ: ଚତୃର୍ଥ ପର୍ଯ୍ୟାୟ ପାଇଁ ଭୋଟ ପଡୁଛି

0

ପଞ୍ଚାୟତ ନିର୍ବାଚନର ଆଜି ଚତୃର୍ଥ ପର୍ଯ୍ୟାୟ ଭୋଟ । ସକାଳ ୭ରୁ ଚାଲିଛି ମତଦାନା ଚତୃର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ମତଦାନ ସାବ୍ୟସ୍ତ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ୬୬୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଆଜି ସିଲ୍‌ ହୋଇ ରହିବ ।

ଚତୃର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧୭ ହଜାର ୮୯ଟି ବୁଥ ହୋଇଛି । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫୭ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ ମୁତୟନ ହୋଇଛନ୍ତି । ମାଓ ଅଧ୍ୟୁଷିତ ଅଞ୍ଚଳ ନାରାୟଣପାଟଣାରେ ବି ଆଜି ମତଦାନ ହେଉଛି । ମାଓଗଡ଼ ହୋଇଥିବାରୁ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତା ଉପରେ କଡ଼ା ନଜର ରହିଛି । ବାହାରୁ ଆସୁଥିବା ଗାଡି ମଟରକୁ ସମସ୍ତ ଛକରେ ଯାଞ୍ଚ କରାଯାଉଛି ।

ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା ତୃତୀୟ ପର୍ଯ୍ୟାୟରେ ଅଧିକ ନିର୍ବାଚନୀ ହିଂସା ଘଟିଥିଲା । ଯେମିତି ସେପରି ସ୍ଥିତି ପୁଣି ନଉପୁଜେ କିପରି ଶାନ୍ତିଶୃଙ୍ଖଳାର ସହ ଚତୃର୍ଥ ଓ ପ ମ ପର୍ଯ୍ୟାୟ ମତଦାନ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ, ପୁଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସ୍ଥାନରେ ହୋଇଥିବା ନିର୍ବାଚନୀ ହିଂସା ପାଇଁ ମୋଟ ୮୨ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.