ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ଲଢେଇ: ଚତୃର୍ଥ ପର୍ଯ୍ୟାୟ ପାଇଁ ଭୋଟ ପଡୁଛି

0

ପଞ୍ଚାୟତ ନିର୍ବାଚନର ଆଜି ଚତୃର୍ଥ ପର୍ଯ୍ୟାୟ ଭୋଟ । ସକାଳ ୭ରୁ ଚାଲିଛି ମତଦାନା ଚତୃର୍ଥ ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ମତଦାନ ସାବ୍ୟସ୍ତ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ୬୬୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଆଜି ସିଲ୍‌ ହୋଇ ରହିବ ।

ଚତୃର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧୭ ହଜାର ୮୯ଟି ବୁଥ ହୋଇଛି । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫୭ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ ମୁତୟନ ହୋଇଛନ୍ତି । ମାଓ ଅଧ୍ୟୁଷିତ ଅଞ୍ଚଳ ନାରାୟଣପାଟଣାରେ ବି ଆଜି ମତଦାନ ହେଉଛି । ମାଓଗଡ଼ ହୋଇଥିବାରୁ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତା ଉପରେ କଡ଼ା ନଜର ରହିଛି । ବାହାରୁ ଆସୁଥିବା ଗାଡି ମଟରକୁ ସମସ୍ତ ଛକରେ ଯାଞ୍ଚ କରାଯାଉଛି ।

ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା ତୃତୀୟ ପର୍ଯ୍ୟାୟରେ ଅଧିକ ନିର୍ବାଚନୀ ହିଂସା ଘଟିଥିଲା । ଯେମିତି ସେପରି ସ୍ଥିତି ପୁଣି ନଉପୁଜେ କିପରି ଶାନ୍ତିଶୃଙ୍ଖଳାର ସହ ଚତୃର୍ଥ ଓ ପ ମ ପର୍ଯ୍ୟାୟ ମତଦାନ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ, ପୁଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସ୍ଥାନରେ ହୋଇଥିବା ନିର୍ବାଚନୀ ହିଂସା ପାଇଁ ମୋଟ ୮୨ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.