ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନକୁ ବିମାନ ପଠାଇଲା ଭାରତ, ଶାନ୍ତି ବଜାୟ ରଖିବାକୁ ଭାରତର ଆହ୍ୱାନ

0

ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧ ଆଡକୁ ବଢୁଛି । ଏହାକୁ ନେଇ ଭାରତ ,ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସକାଳୁ ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସପ୍ତାହକ ମଧ୍ୟରେ ୩ଟି ବିମାନରେ ୟୁକ୍ରେନରୁ ଭାରତୀୟ ଫେରିବେ ବୋଲି ସୂଚନା ରହିଛି । ଭାରତୀୟଙ୍କ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ବି-୭୮୭ ପଠାଯାଇଛି । ଏଥିରେ ୨୦୦ ସିଟ ରହିଥାଏ । ଏହା କେବଳ ସ୍ୱତନ୍ତ୍ର ଅପରେସନ ବେଳେ ବ୍ୟବହାର କରାଯାଇଥାଏ । ବନ୍ଦେ ଭାରତ ମିଶନରେ ୩ଟି ବିମାନ ୨୨,୨୪ ଓ ୨୬ରେ ୟୁକ୍ରେନ ଯିବାର ଅଛି । ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନଟି ୟୁକ୍ରେନର ବୋରୟସ୍ପିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ ।

ସେପଟେ ୟୁକ୍ରେନ ସଂକଟ ନେଇ ଜାତିସଂଘ ପରିଷଦ ବୈଠକରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛି ଭାରତ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଭାରତ କହିଛି । ଏହା ସହ ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଭାରତ ଦାବି କରିଛି । ଭାରତ ପକ୍ଷରୁ ଟି ଏସ ତ୍ରିମୂର୍ତ୍ତୀ କହିଛନ୍ତି, ୨୦ ହଜାରରୁ ଅଧିକ ଭାରତୀୟ ଓ ଛାତ୍ରଛାତ୍ରୀ ୟୁକ୍ରେନରେ ରହିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ପ୍ରାଥମିକତା ଦେବା ଜରୁରୀ । ୟୁକ୍ରେନ-ଋଷ ସୀମାରେ ଅଶାନ୍ତି ଲାଗି ରହିଛି । କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ଋଷ ଜାରି ରଖିଛି । ୟୁକ୍ରେନ ଉପରେ ଋଷ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି । ଋଷ ଆକ୍ରମଣ କଲେ ଏହାର କଡା ଜବାବ ଦିଆଯିବ ବୋଲି ମଧ୍ୟ ଆମେରିକା ଚେତାବନୀ ଦେଇଛି ।

Leave A Reply

Your email address will not be published.