ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ୟୁକ୍ରେନକୁ ସେନା ପଠାଇଲା ଋଷ, ବଢିଲା ଯୁଦ୍ଧର ଭୟ

0

ମାଡି ଆସିବାରେ ଲାଗିଛି ଯୁଦ୍ଧର ଭୟ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନରୁ ଦୁଇଟି କ୍ଷେତ୍ରରୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ନେଇ ଘୋଷଣା ପରେ ୟୁକ୍ରେନକୁ ସେନା ପଠାଇଲା ଋଷ । ଦୁଇଟି ଅଞ୍ଚଳ ଡୋନେକ୍ସ ଓ ଲୁହାନ୍ସକୁ ଦେଶର ମାନ୍ୟତା ମିଳିଛି । ଏହି ଦୁଇ ଅଞ୍ଚ ଳକୁ ସେନା ପଠାଇବାକୁ ଆଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ସେନା ଏହି ଅଞ୍ଚଳକୁ ଯିବେ ଓ ସେଠାରେ କ୍ୟାମ୍ପ କରିବେ । ପୂର୍ବରୁ ଏହି ଦୁଇଟି ଅ ଳରେ ୟୁକ୍ରେନ ସମର୍ଥକ ଓ ବିରୋଧୀ ଉପସ୍ଥିତ ଅଛନ୍ତି । ପୁଟିନଙ୍କ ଏହି ଅଞ୍ଚଳକୁ ସେନା ପଠାଇବାର ନିର୍ଦ୍ଦେଶ ପରେ ଯୁଦ୍ଧ ଆଶଙ୍କା ବଢିଯାଇଛି । ସେପଟେ ୟୁକ୍ରେନର ଦୁଇ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଏହି ପଦକ୍ଷେପକୁ ବହୁ ଦେଶ ବିରୋଧ କରିଛନ୍ତି । ୟୁକେନ ଋଷର ଏହି ପଦକ୍ଷେପକୁ ନାପସନ୍ଦ କରିଛି।

ୟୁକ୍ରେନ ରାଷ୍ଟ୍ରପତି ଋଷକୁ କଡ଼ା ଜବାବ ଦେଇଛନ୍ତି । କହିଛନ୍ତି, ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରିଆସିଛି । ହେଲେ କିଭ୍ କେବେ ହେଲେ ନିଜ ଜାଗାକୁ ଋଷ କିମ୍ବା ଅନ୍ୟ କାହାକୁ ଛାଡିବ ନାହିଁ । ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ୟୁକ୍ରେନ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେପଟେ ପୁଟିନ ୟୁକ୍ରେନର ଦୁଇ ବିଦ୍ରୋହୀ ଅ ଳକୁ ସ୍ୱାଧୀନତାର ମାନ୍ୟତା ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟ କଟକଣା ଲଗାଯାଇଛି । ଡୋନେକ୍ସ ଓ ଲୁହାନ୍ସରେ କୌଣସି ପ୍ରକାର ପୁଞ୍ଜିନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି । ସବୁ କାମ ଉପରେ ତତ୍କାଳ ଉପରେ ରୋକ ଲଗାଯାଇଛି ।

Leave A Reply

Your email address will not be published.