ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ୟୁକ୍ରେନରୁ ଫେରିଲେ ୨୪୨ ଭାରତୀୟ ଛାତ୍ରଛାତ୍ରୀ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବା ବେଳେ ୟୁକ୍ରେନରୁ ଭାରତ ଫେରିଛନ୍ତି ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ
୨୪୨ ଛାତ୍ରୀଛାତ୍ରୀ ଭାରତ ଫେରିଛନ୍ତି । ରାଜଧାନୀ କ୍ୱିବ୍‌ରୁ ମଙ୍ଗଳବାର ବାହାରିଥିବା ଏୟାର ଇଣ୍ଡିଆର ବୋଇଙ୍ଗ-୭୮୭ ବିମାନ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚିଛି । ବିମାନଟି ଟର୍ମିନାଲରେ ପହଞ୍ଚିବା ପରେ ଅପେକ୍ଷା କରି ରହିଥିବା ଭାରତୀୟ ଅଧିକାରୀମାନେ ସ୍ୱାଗତ କରିଥିଲେ । ଭାରତ ମାତା କି ଜୟର ସ୍ଲୋଗାନ ଦେଇ ଯାତ୍ରୀମାନେ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ମୁଁ ମୋ ଦେଶକୁ ଫେରି ବହୁତ ଖୁସି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟ ଜଣେ ଛାତ୍ର କହିଛନ୍ତି, ସେଠାରେ ସ୍ଥିତି ସ୍ୱାଭାବିକ । ଆମେ ଦୂତବାସର ପରାମର୍ଶ ଅନୁସରଣ କଲୁ । ଯାହା ଫଳରେ ଆସି ଭାରତରେ ପହଞ୍ଚିଛୁ ।

ଗତକାଲି ସକାଳ ୭ଟା ୩୦ରେ ଏହି ବିମାନ ୟୁକ୍ରେନ ଅଭିମୁଖେ ଦିଲ୍ଲୀରୁ ବାହାରିଥିଲା । ଭାରତୀୟ ସମୟ ଅପରାହ୍ନ ୩ଟାରେ କ୍ୱିବ୍ ବୋରିସ୍ପିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିଥିଲା । ସେହିପରି ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଆଣିବାକୁ ଯିବ ।

Leave A Reply

Your email address will not be published.