ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଆଜି ରାଜ୍ୟର ୪୫ ବୁଥରେ ସାନି ମତଦାନ

0

ଆଜି ରାଜ୍ୟର ୪୫ ବୁଥରେ ଆରମ୍ଭ ହୋଇଛି ସାନି ମତଦାନ ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ବେଳେ ହିଂସା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଭୋଟ ଗ୍ରହଣ ଆଉ ଥରେ କରାଯାଉଛି । ଗଣ୍ଡଗୋଳ ଓ ବାଲାଟ ବକ୍ସ ଲୁଟ ପାଇ ବନ୍ଦ ରହିଥିଲା ମତଦାନ । ତେଣୁ ଆଜି ପୁର୍ନବାର ମତଦାନ ହେଉଥିବା ବେଳେ ଯେଭଳି ଗଣ୍ଡଗୋଳ ନହେବ ସେଥିପ୍ରତି ଦୃ୍‌ଷ୍ଟି ଦିଆଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ଏଥିପାଇଁ ଗ୍ରହଣ କରାଯାଇଛି । ସକାଳ ୯ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଯାଜପୁରର ଧର୍ମଶାଳା, ଦଶରଥପୁର,ବଡ଼ଚଣା , ପୁରୀର ବ୍ରହ୍ମଗିରି, କୃଷ୍ଣପ୍ରସାଦ,କଣାସରେ ଆଜି ପୁନଃ ମତଦାନ ହେଉଛି ।

ସେହିପରି ବାଲେଶ୍ୱରର ବସ୍ତା,ଢେଙ୍କାନାଳର ଗନ୍ଦିଆ, ବୌଦ୍ଧର ରୋକ୍ସା ବଲାଙ୍ଗୀରର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ,ମୟୂରଭଞ୍ଜର କପ୍ତିପଦା ଓ ସୁଲିଆପଦରେ ସାନି ମତଦାନ ହେଉଛି । ସେହିପରି ତୃତୀୟ ପର୍ଯ୍ୟାୟରେ ହିଂସା ଯୋଗୁଁ ଭୋଟ ଦାନ ହୋଇପାରିନଥିବା ୩୦ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଶାନ୍ତିଶୃଙ୍ଖଳାର ସହ ଯେଭଳି ଶେଷ ପର୍ଯ୍ୟାୟ ମତଦାନ ସରିବ ତା ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.