ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

0

ଯାହା ଆଶଙ୍କା କରାଯାଉଥିଲା, ସତରେ ସେଇଆ ହିଁ ଘଟିଲା । ଋଷ ଓ ୟୁକ୍ରେନ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । କିନ୍ତୁ ୟୁକ୍ରେନରେ ଫସିରହିଯାଇଛନ୍ତି ଭାରତୀୟ । ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ କିଛି ଭାରତୀୟଙ୍କୁ ଅଣାଯାଇର୍ଥିଲେ ମଧ୍ୟ ଆଉ ହଜାର ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ୟୁକ୍ରେନର ପରିସ୍ଥିତି ଚିନ୍ତାଜନକ ରହିଛି । ଭାରତୀୟ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ଯିଏ ଅଛ ସେଠାରେ ସୁରକ୍ଷିତ ଓ ଶାନ୍ତ ଭାବରେ ରହିବାକୁ କୁହାଯାଇଛି ।ଏବେ ବି ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଅଛନ୍ତି । ଯାହାକୁ ଭାରତରେ ତାଙ୍କ ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି । ଫସି ରହିଥିବା ଭାରତୀୟଙ୍କ ପାଇଁ ଟ୍ରୋଲ ଫି ନମ୍ବର ଜାରି ରହିଛି ।

+୯୧-୧୧-୨୩୦୧୪୧୦୪
+୯୧-୧୧-୨୩୦୧୨୧୧୩
+୯୧-୧୧-୨୩୦୧୭୯୦୫

Leave A Reply

Your email address will not be published.