ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ବନିଲା ସୁରକ୍ଷା କବଚ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ମଧ୍ୟ ଗତ କିଛି ମାସ ହେବ ବିବାଦ ଚାଲିଥିଲା । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ ଋଷ ଆକ୍ରମଣ ନିଜ ଦେଶର ନାଗରିକଙ୍କୁ ବଞ୍ଚାଇବା ପାଇଁ ରାଜଧାନୀ କିବରେ ଆଶ୍ରୟ ସ୍ଥଳୀ ବନାଯାଇଛି । ଲୋକଙ୍କୁ ସେହି ଆଶ୍ରୟ ସ୍ଥଳୀକୁ ଯିବାକୁ ଅପିଲ କରାଯାଇଛି ।

ସ୍ଥାନୀୟ ମିଡିଆ ଅନୁସାରେ, ରାଜଧାନୀ କିବର ମେୟର ଥିବା ବିତାଲି ବିଲତସ୍କୋ ସମସ୍ତ ଲୋକଙ୍କୁ ମେଟ୍ରୋ ଷ୍ଟେସନ ଓ ସବୱେରେ ର୍ନିମାଣ ହୋଇଥିବା ଆଶ୍ରୟ ସ୍ଥଳୀକୁ ଯିବାକୁ କହିଛନ୍ତି । କିବରେ ପ୍ରାୟ ସାଢେ ୪ ହଜାର ଆଶ୍ରୟ ସ୍ଥଳୀ ଅଛି । ଆଉ ଏହି ଆଶ୍ରୟ ସ୍ଥଳ ହିଁ ୟୁକେନ ବାସୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି । ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ଏହି ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି । କାରଣ ଉପରୁ ବୋମା ବର୍ଷା ହେଲେ ଆଶ୍ରୟ ସ୍ଥଳୀର କୌଣସି କ୍ଷତି ହେବ ନାହିଁ । ଏହା ସହ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ କୁହାଯାଇଛି ।

Leave A Reply

Your email address will not be published.