ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୀବନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ବନିଲା ସୁରକ୍ଷା କବଚ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ମଧ୍ୟ ଗତ କିଛି ମାସ ହେବ ବିବାଦ ଚାଲିଥିଲା । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ ଋଷ ଆକ୍ରମଣ ନିଜ ଦେଶର ନାଗରିକଙ୍କୁ ବଞ୍ଚାଇବା ପାଇଁ ରାଜଧାନୀ କିବରେ ଆଶ୍ରୟ ସ୍ଥଳୀ ବନାଯାଇଛି । ଲୋକଙ୍କୁ ସେହି ଆଶ୍ରୟ ସ୍ଥଳୀକୁ ଯିବାକୁ ଅପିଲ କରାଯାଇଛି ।

ସ୍ଥାନୀୟ ମିଡିଆ ଅନୁସାରେ, ରାଜଧାନୀ କିବର ମେୟର ଥିବା ବିତାଲି ବିଲତସ୍କୋ ସମସ୍ତ ଲୋକଙ୍କୁ ମେଟ୍ରୋ ଷ୍ଟେସନ ଓ ସବୱେରେ ର୍ନିମାଣ ହୋଇଥିବା ଆଶ୍ରୟ ସ୍ଥଳୀକୁ ଯିବାକୁ କହିଛନ୍ତି । କିବରେ ପ୍ରାୟ ସାଢେ ୪ ହଜାର ଆଶ୍ରୟ ସ୍ଥଳୀ ଅଛି । ଆଉ ଏହି ଆଶ୍ରୟ ସ୍ଥଳ ହିଁ ୟୁକେନ ବାସୀଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି । ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ଏହି ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି । କାରଣ ଉପରୁ ବୋମା ବର୍ଷା ହେଲେ ଆଶ୍ରୟ ସ୍ଥଳୀର କୌଣସି କ୍ଷତି ହେବ ନାହିଁ । ଏହା ସହ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ କୁହାଯାଇଛି ।

Leave A Reply

Your email address will not be published.