ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

0

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟ
ତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ ହେବା ମାତ୍ରେ ଉଭୟ ସେନସେକ୍ସ ଓ ନିଫ୍ଟି ହ୍ରାସ ହେବାରେ ଲାଗିଛି। ଏବେ ସୁଦ୍ଧା ସେନସେକ୍ସ ୧୪୫୮ ପଏଣ୍ଟ ବା ୨.୫୫ ପ୍ରତିଶତ ହ୍ରାସ ପାଇ ୫୫, ୭୭୪ରେ ଅଛି। ସେହିପରି ନିଫ୍ଟି ୨.୩୪% ହ୍ରାସ ପାଇଛି । ଏବେ ନିଫ୍ଟି ୧୬, ୬୪୬ ରହିଛି । ନିଫ୍ଟି ୧୭ ହଜାର ତଳକୁ ଖସିବାର ଅର୍ଥ କାରବାର ମାନ୍ଦାବାସ୍ଥାରେ ଚାଲିଛି।

ସେପଟେ ଅନ୍ତର୍ଜାତୀୟ ବଜାରେ ବଢିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର।୨୦୧୪ ପରେ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା।ଋଷିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦକ, ଯାହା ମୁଖ୍ୟତଃ ୟୁରୋପୀୟ ବିଶୋଧନଗାରକୁ ଅଶୋଧିତ ବିକ୍ରି କରେ। ଏବଂ ୟୁରୋପକୁ ପ୍ରାକୃତିକ ଗ୍ୟାସର ସର୍ବବୃହ ଯୋଗାଣକାରୀ ,ଏହାର ଯୋଗାଣର ପ୍ରାୟ ୩୫% ପ୍ରଦାନ କରେ । ତେଣୁ ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ପ୍ରଭାବରେ ହଠାତ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦର ବଢିବା ପରେ ଏହାର ଅର୍ଥ ଏବେ ଖୁବଶୀଘ୍ର ଭାରତ ସମେତ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବଢିବ ।

Leave A Reply

Your email address will not be published.