ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

0

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟ
ତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ ହେବା ମାତ୍ରେ ଉଭୟ ସେନସେକ୍ସ ଓ ନିଫ୍ଟି ହ୍ରାସ ହେବାରେ ଲାଗିଛି। ଏବେ ସୁଦ୍ଧା ସେନସେକ୍ସ ୧୪୫୮ ପଏଣ୍ଟ ବା ୨.୫୫ ପ୍ରତିଶତ ହ୍ରାସ ପାଇ ୫୫, ୭୭୪ରେ ଅଛି। ସେହିପରି ନିଫ୍ଟି ୨.୩୪% ହ୍ରାସ ପାଇଛି । ଏବେ ନିଫ୍ଟି ୧୬, ୬୪୬ ରହିଛି । ନିଫ୍ଟି ୧୭ ହଜାର ତଳକୁ ଖସିବାର ଅର୍ଥ କାରବାର ମାନ୍ଦାବାସ୍ଥାରେ ଚାଲିଛି।

ସେପଟେ ଅନ୍ତର୍ଜାତୀୟ ବଜାରେ ବଢିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର।୨୦୧୪ ପରେ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା।ଋଷିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦକ, ଯାହା ମୁଖ୍ୟତଃ ୟୁରୋପୀୟ ବିଶୋଧନଗାରକୁ ଅଶୋଧିତ ବିକ୍ରି କରେ। ଏବଂ ୟୁରୋପକୁ ପ୍ରାକୃତିକ ଗ୍ୟାସର ସର୍ବବୃହ ଯୋଗାଣକାରୀ ,ଏହାର ଯୋଗାଣର ପ୍ରାୟ ୩୫% ପ୍ରଦାନ କରେ । ତେଣୁ ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ପ୍ରଭାବରେ ହଠାତ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦର ବଢିବା ପରେ ଏହାର ଅର୍ଥ ଏବେ ଖୁବଶୀଘ୍ର ଭାରତ ସମେତ ବିଭିନ୍ନ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବଢିବ ।

Leave A Reply

Your email address will not be published.