ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ପୁଟିନଙ୍କ ନାଲି ଆଖି, ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁନି

0

ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ। ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆକ୍ରମଣ। ସେପଟେ ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ କଡ଼ା ଚେତାବନୀ ଦେଇଛନ୍ତି ପୁଟିନ। ଯେଉଁ ପାଶ୍ଚାତ ଦେଶ ୟୁକ୍ରେନକୁ ସହଯୋଗ କରିବେ ସେମାନେ ଭୟାବହ ପରିଣତି ଭୋଗ କରିବେ ବୋଲି ପୁଟିନ ଧମକ ଦେଇଛନ୍ତି। ପୁଟିନଙ୍କ ଏହି ଚେତାବନୀ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଇଛି। ଆମେରିକାକୁ ମଧ୍ୟ ସିଧା ଧମକ ଦେଇଛନ୍ତି ପୁଟିନ। ଆମେରିକା ରେଡ ଲାଇନ ପାର କରିଛି। ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ ବୋଲି ପୁଟିନ ଚେତାବନୀ ଦେଇଛନ୍ତି ।

ସେପଟେ ୟୁକ୍ରେନର ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ । ୟୁକ୍ରେନ କହିଛି, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିସାରିଛି। ୧୩ଟି ସ୍ଥାନରେ ମିଜାଇଲ ମାଡ଼ ସହ ମାନବ ବୀହିନ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। କିନ୍ତୁ ୟୁକ୍ରେନ ହାର ମାନିବନି। ଋଷକୁ କଡ଼ା ଜବାବ ଦିଆଯିବ। ଏବଂ ଯୁଦ୍ଧରେ ୟୁକ୍ରେନ ଜିତିବ ବୋଲି କହିଛନ୍ତି ଋଷ । ସେପଟେ ଜାତିସଂଘ ବୈଠକରେ ଭାରତ କହିଛି, ଏହାକୁ କୂଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବାକୁ ପଡିବ। ନଚେତ ଏହାର ଭୟଙ୍କର ପରିଣତି ସାରା ବିଶ୍ୱକୁ ଭୋଗିବାକୁ ପଡିବ ।

Leave A Reply

Your email address will not be published.