ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଆଜି ଶେଷ ପର୍ଯ୍ୟାୟ ମତଦାନ: ମାଓ ଇଲାକାରେ ପଡିଲା ଭୋଟ

0

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପଞ୍ଚମ ପର୍ଯ୍ୟାୟରେ ୧୩ ହଜାର ୫୧୪ଟି ବୁଥରେ ଭୋଟ ଗ୍ରହଣ ହେଉଛିା ସେଥିରୁ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି। ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୦ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ତେବେ ଆଜି ମାଓ ଇଲାକାରେ ମଧ୍ୟ ମତଦାନ ହେଉଛି। ଦଶବର୍ଷ ପରେ ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନରେ ନିର୍ବାଚନ ହେଉଥିଲେ ହେଁ ଜୋନ -୨ ବା ସ୍ୱାଭିମାବ ଅ ଳ ଉପରେ ସମସ୍ତଙ୍କ ନଜର ରହିଛି । ଭୋଟ ଗ୍ରହଣ ହେଉଥିବା ଅଞ୍ଚଳରେ ପୁଲିସ ଛାଉଣୀ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୧୦୬ଟି ବୁଥରେ ମତଦାନ ହେଉଛି। ମତଦାତା ଓ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ ଓ ଭୋଟ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗ ରୁମକୁ ଅଣାଯିବ ସେ ନେଇ ବ୍ୟବସ୍ଥା ହୋଇଛି। ୨୦୧୭ ପଞ୍ଚୟତ ନିର୍ବାଚନ ପାଇଁ ଏଠାରେ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ମାଓବାଦୀଙ୍କ ଧମକ ଯୋଗୁଁ ନିର୍ବାଚନ ହୋଇପାରିନଥିଲା। ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଫେବୃଆରୀ ୨୬ରୁ ଆରମ୍ଭ ହେବ ଭୋଟ ଗଣତି। ଫେବୃଆରୀ ୨୬,୨୭, ୨୮ ଭୋଟ ଗଣିତ ହେବ।

Leave A Reply

Your email address will not be published.