ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଆଜି ଶେଷ ପର୍ଯ୍ୟାୟ ମତଦାନ: ମାଓ ଇଲାକାରେ ପଡିଲା ଭୋଟ

0

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ୯୭୫ ପଞ୍ଚାୟତରେ ମତଦାନ ହେଉଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପଞ୍ଚମ ପର୍ଯ୍ୟାୟରେ ୧୩ ହଜାର ୫୧୪ଟି ବୁଥରେ ଭୋଟ ଗ୍ରହଣ ହେଉଛିା ସେଥିରୁ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି। ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୦ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ତେବେ ଆଜି ମାଓ ଇଲାକାରେ ମଧ୍ୟ ମତଦାନ ହେଉଛି। ଦଶବର୍ଷ ପରେ ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନରେ ନିର୍ବାଚନ ହେଉଥିଲେ ହେଁ ଜୋନ -୨ ବା ସ୍ୱାଭିମାବ ଅ ଳ ଉପରେ ସମସ୍ତଙ୍କ ନଜର ରହିଛି । ଭୋଟ ଗ୍ରହଣ ହେଉଥିବା ଅଞ୍ଚଳରେ ପୁଲିସ ଛାଉଣୀ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୧୦୬ଟି ବୁଥରେ ମତଦାନ ହେଉଛି। ମତଦାତା ଓ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ ଓ ଭୋଟ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗ ରୁମକୁ ଅଣାଯିବ ସେ ନେଇ ବ୍ୟବସ୍ଥା ହୋଇଛି। ୨୦୧୭ ପଞ୍ଚୟତ ନିର୍ବାଚନ ପାଇଁ ଏଠାରେ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ମାଓବାଦୀଙ୍କ ଧମକ ଯୋଗୁଁ ନିର୍ବାଚନ ହୋଇପାରିନଥିଲା। ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଫେବୃଆରୀ ୨୬ରୁ ଆରମ୍ଭ ହେବ ଭୋଟ ଗଣତି। ଫେବୃଆରୀ ୨୬,୨୭, ୨୮ ଭୋଟ ଗଣିତ ହେବ।

Leave A Reply

Your email address will not be published.