ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାଜିଲା ପୌର ନିର୍ବାଚନ ବିଗୁଲ୍‌

0

ଭୁବନେଶ୍ବର: ଗାଁ ସରିଲା। ଏବେ ସହର ପାଳି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ପଡିବ ପୌର ଭୋଟ ଏବଂ ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି। ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏଥିପାଇଁ ଫେବୃଆରି ୨୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୨ରୁ ୭ ଯାଏଁ ନାମାଙ୍କନ ଦାଖଲ ହେବ। ମାର୍ଚ୍ଚ ୯ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମାର୍ଚ୍ଚ ୧୪ ସୁଦ୍ଧା ହେବ ପ୍ରାର୍ଥିପତ୍ର ପ୍ରତ୍ୟାହାର।

ଏଥର ପ୍ରଥମଥର ପାଇଁ ସିଧାସଳଖ ମେୟର ନିର୍ବାଚନ ହେବ। ପ୍ରତି ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ। ସେଥିରୁ ଗୋଟିଏ କାଉନସିଲର ଓ ଅନ୍ୟଟି ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। ପ୍ରଥମ ଥର ପାଇଁ ଇଭିଏମରେ ନୋଟା ବିକଳ୍ପ ରହିବ।

ଏପ୍ରିଲ ୪ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ ୭ରେ ଉପାଧ୍ୟକ୍ଷ ନିର୍ବାଚନ କରାଯିବ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ। ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ। ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଜୀବିତ ଓ ୨ଟିର ଅଧିକ ଛୁଆ ନଥିବା ତଥ୍ୟ ଦେବେ।

ରାଜ୍ୟରେ ୧୦୬ଟି ପୌର ପରିଷଦରେ ନିର୍ବାଚନ ହେବ। ଏଥି ପାଇଁ ୨୭ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୩ଟି ମହାନଗର ନିଗମରେ ସାଧାରଣ ନିର୍ବାଚନ ହେବ। ୧୪ ଲକ୍ଷରୁ ଅଧିକ ଭୋଟ ମତ ସାବ୍ୟସ୍ତ କରିବେ। ପ୍ରଥମ ଥର ପାଇଁ ମେୟର/ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ।

Leave A Reply

Your email address will not be published.