ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାଜିଲା ପୌର ନିର୍ବାଚନ ବିଗୁଲ୍‌

0

ଭୁବନେଶ୍ବର: ଗାଁ ସରିଲା। ଏବେ ସହର ପାଳି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ପଡିବ ପୌର ଭୋଟ ଏବଂ ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି। ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏଥିପାଇଁ ଫେବୃଆରି ୨୮ରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୨ରୁ ୭ ଯାଏଁ ନାମାଙ୍କନ ଦାଖଲ ହେବ। ମାର୍ଚ୍ଚ ୯ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମାର୍ଚ୍ଚ ୧୪ ସୁଦ୍ଧା ହେବ ପ୍ରାର୍ଥିପତ୍ର ପ୍ରତ୍ୟାହାର।

ଏଥର ପ୍ରଥମଥର ପାଇଁ ସିଧାସଳଖ ମେୟର ନିର୍ବାଚନ ହେବ। ପ୍ରତି ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ। ସେଥିରୁ ଗୋଟିଏ କାଉନସିଲର ଓ ଅନ୍ୟଟି ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। ପ୍ରଥମ ଥର ପାଇଁ ଇଭିଏମରେ ନୋଟା ବିକଳ୍ପ ରହିବ।

ଏପ୍ରିଲ ୪ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ ୭ରେ ଉପାଧ୍ୟକ୍ଷ ନିର୍ବାଚନ କରାଯିବ। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ। ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ। ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଜୀବିତ ଓ ୨ଟିର ଅଧିକ ଛୁଆ ନଥିବା ତଥ୍ୟ ଦେବେ।

ରାଜ୍ୟରେ ୧୦୬ଟି ପୌର ପରିଷଦରେ ନିର୍ବାଚନ ହେବ। ଏଥି ପାଇଁ ୨୭ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୩ଟି ମହାନଗର ନିଗମରେ ସାଧାରଣ ନିର୍ବାଚନ ହେବ। ୧୪ ଲକ୍ଷରୁ ଅଧିକ ଭୋଟ ମତ ସାବ୍ୟସ୍ତ କରିବେ। ପ୍ରଥମ ଥର ପାଇଁ ମେୟର/ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ।

Leave A Reply

Your email address will not be published.