ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ମୁଁ ଦେଶ ଛାଡି ଯିବିନାହିଁ, ମୋତେ ଅସ୍ତ୍ର ଓ ଗୋଳାବାରୁଦ ଦିଅ’

0

ଋଷ ଗତ ତିନି ଦିନ ଧରି ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି । କିନ୍ତୁ ଋଷର ଘନ ଘନ ଆକ୍ରମଣର ବି ଜବାବ ଦେଉଛି ୟୁକ୍ରେନ । ତେବେ ଏହାକୁ ନେଇ ଭୟଭୀତ ହୋଇନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ଏକ ଅଫର ଦେଇଥିଲେ । । ଜେଲେନସ୍କିଙ୍କୁ ପରିବାର ସହ ଦେଶ ଛାଡିବାକୁ କହିଥିଲେ ବାଇଡେନ । କିନ୍ତୁ ଜେଲେନସ୍କି ଆମେରିକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲୋ କହିଥିଲେ, ମୁଁ ଦେଶ ଛାଡି ପଳାୟନ କରିବି ନାହିଁ । ମୋତେ ଅସ୍ତ୍ର ଦରକାର , ଅସ୍ତ୍ର ଦିଅ,ଗୋଳାବାରୁଦ ଦିଅ ।

ଜେଲେନସ୍କି କହିଛନ୍ତି, ମୁ ଋଷ ବିରୋଧରେ ଦୃଢ ଭାବରେ ଛିଡା ହୋଇଛି । ମୁଁ ୟୁକ୍ରେନ ଛାଡି କୁଆଡେ ଯିବି ନାହିଁ । ଯଦି ଆପଣ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଅଧିକ ଅସ୍ତ୍ରଶସ୍ତ୍ର ଦିଅନ୍ତୁ । ମୁଁ ଶେଷ ମୂହୁର୍ତ୍ତ ଯାଏ ଋଷ ସହ ଲଢେଇ କରିବି ବୋଲି କହିଛନ୍ତି । ତେବେ ଜେଲେନସ୍କି ଦେଶ ଛାଡି ଚାଲିଯାଇଥିବା ନେଇ ଏକ ଖବର ମଧ୍ୟ ଆସିଥିଲା । ଖବର ପରେ ସେ ଏକ ଭିଡିଓ ପୋଷ୍ଟ କରି କହିଥିଲେ, ସେ କୁଆଡେ ଯାଇନାହାନ୍ତି ,ଦେଶରେ ଅଛନ୍ତି । ତେବେ ୟୁକ୍ରେନକୁ ସମସ୍ତେ ଏକୁଟିଆ ଛାଡିଦେଇଥିବା ଜେଲେନସ୍କି କହିଛନ୍ତି । କେହି ବି କିବ୍‌କୁ ସୁରକ୍ଷା ଦେବାକୁ ସହଯୋଗର ହାତ ବଢାଇନାହାନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଏକ ଭାବବିହ୍ୱଳ ଟୁଇଟ କରିଥିଲେ। ସ୍ୱିଡେନ ସରକାର ସହଯୋଗର ହାତ ବଢାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.