ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

‘ମୁଁ ଦେଶ ଛାଡି ଯିବିନାହିଁ, ମୋତେ ଅସ୍ତ୍ର ଓ ଗୋଳାବାରୁଦ ଦିଅ’

0

ଋଷ ଗତ ତିନି ଦିନ ଧରି ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି । କିନ୍ତୁ ଋଷର ଘନ ଘନ ଆକ୍ରମଣର ବି ଜବାବ ଦେଉଛି ୟୁକ୍ରେନ । ତେବେ ଏହାକୁ ନେଇ ଭୟଭୀତ ହୋଇନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ଏକ ଅଫର ଦେଇଥିଲେ । । ଜେଲେନସ୍କିଙ୍କୁ ପରିବାର ସହ ଦେଶ ଛାଡିବାକୁ କହିଥିଲେ ବାଇଡେନ । କିନ୍ତୁ ଜେଲେନସ୍କି ଆମେରିକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲୋ କହିଥିଲେ, ମୁଁ ଦେଶ ଛାଡି ପଳାୟନ କରିବି ନାହିଁ । ମୋତେ ଅସ୍ତ୍ର ଦରକାର , ଅସ୍ତ୍ର ଦିଅ,ଗୋଳାବାରୁଦ ଦିଅ ।

ଜେଲେନସ୍କି କହିଛନ୍ତି, ମୁ ଋଷ ବିରୋଧରେ ଦୃଢ ଭାବରେ ଛିଡା ହୋଇଛି । ମୁଁ ୟୁକ୍ରେନ ଛାଡି କୁଆଡେ ଯିବି ନାହିଁ । ଯଦି ଆପଣ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଅଧିକ ଅସ୍ତ୍ରଶସ୍ତ୍ର ଦିଅନ୍ତୁ । ମୁଁ ଶେଷ ମୂହୁର୍ତ୍ତ ଯାଏ ଋଷ ସହ ଲଢେଇ କରିବି ବୋଲି କହିଛନ୍ତି । ତେବେ ଜେଲେନସ୍କି ଦେଶ ଛାଡି ଚାଲିଯାଇଥିବା ନେଇ ଏକ ଖବର ମଧ୍ୟ ଆସିଥିଲା । ଖବର ପରେ ସେ ଏକ ଭିଡିଓ ପୋଷ୍ଟ କରି କହିଥିଲେ, ସେ କୁଆଡେ ଯାଇନାହାନ୍ତି ,ଦେଶରେ ଅଛନ୍ତି । ତେବେ ୟୁକ୍ରେନକୁ ସମସ୍ତେ ଏକୁଟିଆ ଛାଡିଦେଇଥିବା ଜେଲେନସ୍କି କହିଛନ୍ତି । କେହି ବି କିବ୍‌କୁ ସୁରକ୍ଷା ଦେବାକୁ ସହଯୋଗର ହାତ ବଢାଇନାହାନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଏକ ଭାବବିହ୍ୱଳ ଟୁଇଟ କରିଥିଲେ। ସ୍ୱିଡେନ ସରକାର ସହଯୋଗର ହାତ ବଢାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.