ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ପଞ୍ଚାୟତ ଲଢେଇ: ପ୍ରଥମ ଦିନରେ ପୋଛିନେଲା ବିଜେଡି

0

ଯାହା ଅନୁମାନ କରାଯାଉଥିଲା ସେଇଆ ହିଁ ହେଲା। ଐତିହାସିକ ବିଜୟ ମୁହାଁ ବିଜୁ ଜନତା ଦଳ। ବହୁ ପଛରେ ରହିଯାଇଛନ୍ତି ବିଜେପି ଓ କଂଗ୍ରେସ।ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ପ୍ରଥମ ଦିନରେ ୮୫୧ ଜିଲ୍ଳା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଳା ପରିଷଦ ଆସନ ପାଇଁ ଭୋଟ ଗଣତି ଚାଲିଛି । ଭୋଟ ଗଣତିରେ ବିଜେଡି ମୋଟ ୩୧୫ ଜିଲ୍ଳା ପରିଷଦ ଆସନରୁ ୨୬୮ ଆସନରେ ଆଗୁଆ ରହିଛି । ବିଜେପି ୨୫ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୬ ଆସନରେ ଆଗୁଆ ରହିଛି। ୬ ଟି ଆସନରେ ଅନ୍ୟାନ୍ୟ ଦଳ /ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତେବେ ଏବେ ସୁଦ୍ଧା ହସ୍ତଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ, ବିରୋଧୀଙ୍କୁ ବହୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିଛି ବିଜୁ ଜନତା ଦଳ। ଗଞ୍ଜାମରେ ୨୦ଟି ଆସନରେ ବିଜେଡି ଓ ୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । କଳାହାଣ୍ଡିରେ ବିଜେଡି ୯ ଓ ବିଜେପି ୪ ଆସନରେ ଆଗୁଆ ରହିଛି । ଯାଜପୁରରେ ବିଜେଡି ୭ ଓ ବିଜେପି ଗୋଟିଏ ଆସନରେ ଆଗୁଆ ଥିବା ବେଳେ ଝାରସୁଗୁଡାରେ ୩ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଆଗର। କଟକ ଜିଲ୍ଲାରେ ଭୋଟ ଗଣତି ହୋଇଥିବା ୧୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୯,ବିଜେପି ୧, ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ରହିଛନ୍ତି। ପୁରୀରେ ୧୧ଟି ଯାକ ଆସନରେ ବିଜେଡି ଆଗୁଆ ଅଛି ।

ସେହିପରି କେନ୍ଦ୍ରାପଡାରେ ୭ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି । ଖୋର୍ଦ୍ଧାରେ ବିଜେଡି ୬ ଓ ବିଜେପି ୨ଟି ଆସନରେ ଆଗୁଆ ରହିଛି । ନୟାଗଡରେ ବିଜେଡି ପ୍ରାର୍ଥୀ ୮ଟି ଯାକ ଆସନରେ ଆଗୁଆ ଅଛନ୍ତି। ସମ୍ବଲପୁରରେ ମଧ୍ୟ ୮ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗୁଆ ଅଛି । ବରଗଡ଼ରେ ବିଜେଡି ୮ଟି ଏବଂ ବିଜେପି ୩ଟି ଆସନରେ ଆଗୁଆ ଅଛନ୍ତି ।ସୁନ୍ଦରଗଡରେ ବିଜେଡି ୧୩,ବିଜେପି ୧, ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ରହିଛନ୍ତି । ବଲାଙ୍ଗୀରରେ ବିଜେଡି ୯ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ବୌଦ୍ଧରେ ବିଜେଡି ୨ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ । ଢେଙ୍କାନାଳରେ ବିଜେଡି ୫ ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଥିବା ବେଳେ ଅନୁଗୁଳରେ ବିଜେପି ୪ଟି ବିଜେଡି ୪ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ବାଲେଶ୍ୱରରେ ବିଜେଡି ୬ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛନ୍ତି ।

ଭଦ୍ରକରେ ମଧ୍ୟ ବିଜେଡି ୬ଟି ଓ ବିଜେପି ଗୋଟିଏ ଆସନରେ ଆଗୁଆ ଥିବା ବେଳେ କେନ୍ଦୁଝରରେ ବିଜେଡି ୯ଟି ଓ ବିଜେପି ୪ଟି ଆସନରେ ଆଗୁଆ ଚାଲିଛି ନବରଙ୍ଗପୁରରେ ବିଜେଡି ୪ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । ଗଜପତିରେ ବିଜେଡି ୨ ,ବିଜେପି ୧ ଏବଂ କଂଗ୍ରେସ ୩ଟି ଆସନରେ ଆଗୁଆ ରହିଛି । ସେହିପରି ମାଓ ଇଲାକା ମାଲକାନଗିରିରେ ବିଜେଡି ୭ଟି ଯାକ ଆସନରେ ଆଗ୍ରୁଆ ଥିବା ବେଳେ ମୟୂରଭଞ୍ଜରେ ବିଜେଡି ୭, ବିଜେପି ୫ ଓ ଗୋଟିଏ ଆସନରେ ଜେଏମଏମ ପ୍ରାର୍ଥୀ ଆଗରେ ଅଛନ୍ତି ।

Leave A Reply

Your email address will not be published.