ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ୟୁକ୍ରେନ ଉପରେ ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଖାରଜ,ଭୋଟରୁ ଦୂରେଇ ରହିଲା ଭାରତ- ଚୀନ

0

ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷ ଆକ୍ରମଣକୁ ରୋକିବା ନେଇ ଓ ସେନାଙ୍କୁ ଫେରାଇ ଆଣିବା
ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ପ୍ରସ୍ତାବ ଉପରେ ଋଷ କରିଥିଲା । ସୁରକ୍ଷା ପରିଷଦର ପା ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଭାରତ, ଚୀନ,ୟୁଏଇ ଏହି ଆକ୍ରମଣକୁ ନିନ୍ଦା କରିବା ସହ ମତଦାନରୁ ଦୂରେଇ ରହିଥିଲେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୟୁକ୍ରେପ ଉପରେ ଆକ୍ରମଣ ବିରୋଧରେ ଉପସ୍ଥାପତି କରାଯାଇଥିବା ପ୍ରସ୍ତାବ ଉପରେ ୧୫ ଜଣଙ୍କ ମଧ୍ୟରୁ ୧୧ ଦେଶର ସଦସ୍ୟ ଭୋଟ ଦେଇଥିଲେ।

ତେବେ ପୂର୍ବରୁ ଏହା ଅନୁମାନ କରାଯାଉଥିଲା ଯେ, ଋଷ ଏହି ପ୍ରସ୍ତାବକୁ ଖାରଜ କରିବା ପାଇଁ ଭିଟୋର ପ୍ରୟୋଗ କରିପାରେ । ଭାରତ, ଚୀନ ଓ ୟୁଏଇ ଭୋଟିଂରେ ଅଂଶ ଗ୍ରହଣ କରିନଥିବା ବେଳେ ପଶ୍ଚିମ ଦେଶ କହିଛନ୍ତି, ଏହି ପ୍ରସ୍ତାବ ୟୁକ୍ରେନ ବିରୋଧରେ ଆକ୍ରମଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱ ମଞ୍ଚ ରେ ଋଷକୁ ଅଲଗା ଦେଖାଇବାକୁ ପ୍ରୟାସ ।

ସୁରକ୍ଷା ପରିଷଦରେ ଭାରତର ପ୍ରତିନିଧି ଟି.ଏସ.ତିରମୂର୍ତ୍ତି କହିଛନ୍ତି, ୟୁକ୍ରେନ ଘଟଣାକୁ ନେଇ ଭାରତ ଚିନ୍ତିତ । ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବା ଆବଶ୍ୟକ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।ସଂଯୁକ୍ତ ରାଷ୍ଟ୍ରରେ ଆମେରିକା ରାଜଦୂତ ଲିଣ୍ଡା ଥମସ୍‌ ଗ୍ରୀନଫିଲ୍ଡ କହିଛି,ଋଷିଆର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଏହା ଆମର ଆନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି । ଋଷ ଭାରତର ସର୍ବ ପୁରାତନ ରଣନୀତିକ ଅଂଶୀଦାର ଭାବେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଋଷ ବିରୋଧରେ ଭାରତ ଭୋଟ ଦେବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ଥିଲା ।

Leave A Reply

Your email address will not be published.