ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କାହା ସପକ୍ଷରେ ପଞ୍ଚାୟତ ଭୋଟ? ଭୋଟ ଗଣତି ଆରମ୍ଭ

0

କାହା ସପକ୍ଷରେ ଗାଁ ଲୋକେ । ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ସମସ୍ତ ବିଜୟର ଆଶାରେ ବସିଥିବା ବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ହରାଉଛନ୍ତି ତାହା ଦେଖିବାକୁ ସାରା ଓଡିଶାବାସୀ ଚାହିଁ ବସିଛନ୍ତି । ୩ ଦିନ ଧରି ଭୋଟ ଗଣତି ଚାଲିବାକୁ ଥିବା ବେଳେ ଆଜିଠୁ ପର୍ଯ୍ୟାୟକ୍ରମେ ଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରାୟ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୧ ଲକ୍ଷ ୫ ହଜାର ୭୫୩ ୱାର୍ଡ ମେମ୍ବର ପ୍ରାର୍ଥୀ ଓ ୩୨,୮୬୦ ସରପ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।

ଜିଲ୍ଲା ପରିଷଦ ଜୋନ ଭୋଟ ଗଣତି ହେବାକୁ ଥିବାରୁ ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ , କାଲି ୩୦୭ଟିରେ ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରିବାକୁ ନିଷ୍ପତ୍ତି ହୋଇଛି । ୨୮ ତାରିଖରେ ହିଁ ସମସ୍ତ ଭୋଟ ଗଣତି ଶେଷ ହେବ । ୨୯ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀ ମାନେ ୯୧୮୯୦ ଟି ୱାର୍ଡ ମେମ୍ବର ପଦବୀ, ୬୭୯୩ଟି ସରପଂଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନର ବିଜେତାଙ୍କ ନାମ ଘୋଷଣା କରିବେ। ଏକାଥରକେ ୱାର୍ଡମେମ୍ବର,ସରପଞ୍ଚ , ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦଙ୍କ ଭୋଟ ଗଣତି ହେଉଛି। ସେଥିପାଇଁ ପ୍ରତି ବ୍ଲକରେ ଭୋଟ ଗଣତି ପାଇଁ ବଡ଼ ହଲର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଭୋଟ ଗଣତି ହେଉଛି। ପ୍ରତି ଜୋନରେ ଯେତିକି ଗ୍ରାମପଞ୍ଚାୟତ ରହିଛି ସେତିକି ଟେବୁଲ ରହିଛି। ଏବଂ ବିନା ବିରତିରେ ଗଣତି ଚାଲିବ। ଓଡିଆ ବର୍ଣ୍ଣମାଳା ଅନୁୟାୟୀ ପଞ୍ଚାୟତ ଗୁଡିକୁ ଟେବୁଲ ଦିଆଯାଇଛି। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ ଆସିଷ୍ଟା କାଉଣ୍ଟିଂ ଅଫିସର ଅଛନ୍ତି ।

Leave A Reply

Your email address will not be published.