ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍‌, ଭିଡିଓ ଭାଇରାଲ

0

ୟୁକ୍ରେନରେ ଫସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହିତ ମାରପିଟ୍ ଓ ହିଂସାର ଚିନ୍ତାଜନକ ଖବର ସାମନାକୁ ଆସିଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟଙ୍କ ପରିବାର ଲୋକ ଏବେ ଚିନ୍ତାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓ ଜାରି କରିଛନ୍ତି । ଏବଂ ତୁରନ୍ତ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧର ବିଭୀଷିକାରୁ ମୁକୁଳାଇ ସ୍ୱଦେଶ ଅଣାଯାଉଛି । ହେଲେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ସେଠାରେ ଫସିରହିଛନ୍ତି । ସେମାନେ ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ୟୁକ୍ରେନରେ ଥିବ ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ ।ବିଶେଷ କରି ସେହି ଭାରତୀୟ ଛାତ୍ର ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେଠାରୁ ଯଥାସାଧ୍ୟ ଫେରାଇ ଆଣିବାକୁ ଚେଷ୍ଟା କରିବା ଉଚିତ । ଭାରତୀୟ ଛାତ୍ରମାନେ ୟୁକ୍ରେନରେ ତାଙ୍କୁ ଗୋରୁ ଗାଈ ଭଳି ମାରପିଟ କରୁଥିବା କହି ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କରୁଣ ନିବେଦନ କରିଛନ୍ତି । ସେମାନଙ୍କ ସହ ଭେଦଭାବ ନୀତି ଆପଣାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ୟୁକ୍ରେନ ଆକାଶ ପଥ ସିଲ ହୋଇଥିବାରୁ ପଡୋଶୀ ଦେଶ ସହ ଆଲୋଚନା କରି ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.