ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ତୃତୀୟ ଦିନର ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

0

ଶନିବାରଠୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷ ଦିନ । ଉପକୂଳରୁ ପଶ୍ଚିମ , ଦକ୍ଷିଣରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସବୁଠି ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ବିଜେଡି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବହୁ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ଆସିବ ଫାଇନାଲ ରିପୋର୍ଟ । କିଏ କେତେ ଆସନ ଦାଖଲ କରିବେ ତାହା ଆଜି ସ୍ପଷ୍ଟ ହେବ । ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି । ବିଜେପି ୧୪ଟି ଓ କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି । ଝାରସଗୁଡାରେ ଦିନ ୧୧ଟା ୫୦ ସୁଦ୍ଧା ୯ରୁ ୯ ବିଜେଡି ଖାତାକୁ ଆସିଛି । ବିଜେପି ଓ କଂଗ୍ରେସ ଖାତା ଖୋଲିପାରିନାହାନ୍ତି ।

ତୃତୀୟ ଦିନର ଗଣତିରେ ବିଜେଡି ବହୁ ଆଗରେ ରହିଛି ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇଛି । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ-୨୭ରେ ବିଜେପି ପାର୍ଥୀ ଆଗୁଆ ଥିବା ବେଳେ ପଟ୍ଟାମୁଣ୍ଡାଇ-୧୮ରେ ବିଜେଡି ପ୍ରାର୍ଥୀ, ମହାକାଳପଡା-୨୨ରେ ବିଜେଡ଼ି ପ୍ରାର୍ଥୀ, ମହାକାଳପଡାର ୨୩ରେ ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମଣ୍ଡଳ ଆଗୁଆ ରହିଛନ୍ତି । ସେହିପରି କେନ୍ଦ୍ରାପଡାର ସଦର -୮ରେ ବିଜେଡି ପ୍ରାର୍ଥୀ, ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ ରହିଛନ୍ତି । ନବରଙ୍ଗପୁର ପାପାଡହାଣ୍ଡି-୨୨ରେ ବିଜେଡି, ଝରିଗାଁ-୧୧ରେ ବିଜେଡି, ରାଇଘର ୨୬ରେ ମଧ୍ୟ ବିଜେଡି ଆଗୁଆ ରହିଛି । କଳାହାଣ୍ଡିର କେସିଙ୍ଗା, କୋକସରା, ଧର୍ମଗଡ, ଗୋଲାମୁଣ୍ଡା, ଭବାନୀପାଟଣା, ନର୍ଲା, ଜୁନାଗଡ଼ରେ ମଧ୍ୟ ବିଜେଡି ଆଗୁଆ ରହିଛି । ସେହିପରି ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଯାଏଁ ୬୨୦ ଆସନରୁ ୫୮୫ ଆସନର ଫଳ ଘୋଷଣା କରାଯାଇଛି । ଯେଉଁଥିରେ ବିଜେଡି ୫୮୧ ଜୋନରେ ବିଜୟୀ ହୋଇଛି । ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.