ଭୂକମ୍ପରେ ଥରିଲା ଓଡିଶା । କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ଆଜ ଦିନ ପ୍ରାୟ ସାଢେ ୨ଟା ସମୟରେ ଏହି
ଭୂକମ୍ପର ଝଟକା ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ହଠାତ ବଡ ଜୋରରେ ଶଦ୍ଦ ହେବା ସହ ଘରର ଆସବାବପତ୍ର ହଲିବାକୁ ଲାଗିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହରକୁ ଦୌଡିବାକୁ ଲାଗିଥିଲେ । ଭୂମିକମ୍ପ ପ୍ରଭାବରେ କେତକ ଘରେ ଫାଟ ଦେଖିବାକୁ ମିଳିଛି । ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ।ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ନବରଙ୍ଗପୁରର ଉମରକୋଟ,ଚନ୍ଦାହାଣ୍ଡି,ଝରିଗାଁ ଓ ଡାବୁଗାଁର କିଛି ଅଂଚଳରେ ଲୋକେ ଭୂକମ୍ପର ଝଟକା ଅନୁଭୂତ କରିଛନ୍ତି । ଡାବୁଗାଁ ଓ ଝରିଗାଁର କିଛି ଘରର କାନ୍ଥ ଫାଟିଯାଇଥିବା ଦେଖିବାକୁ ମିଳିଛି । ସେହିପରି କଳାହାଣ୍ଡିର ଅଧିକାଂଶ ଜାଗାରେ ଭୂକମ୍ପ ଅନୁଭୂତ ହୋଇଛି ।
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ