ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ

0

ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆଜିକୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଋଷ ଆକ୍ରମଣ କରିଛି । ଝେପୋରଜିଆ ଓ ଏନୋହର୍ଦ୍ଦର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ଋଷର ଆକ୍ରମଣ ପରେ ପ୍ଲାଣ୍ଟ ରେ ନିଆଁ ଲାଗିଯାଇଥିବା ୟୁକ୍ରେନ ଦାବି କରିଛି । ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ନିଆଁ ଲାଗିବା ପରେ ଏନେଇ ୟୁକ୍ରେନ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଥିଲେ । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ସୋମବାର ଏନୋହର୍ଦ୍ଦର ସହର କବଜା କରିବାକୁ ଦାବି କରିଥିଲା । ପ୍ଲାଣ୍ଟ ର ପ୍ରବକ୍ତା ଆଣ୍ଡ୍ରି ତୁଜ କହିଛନ୍ତି ଯେ, ଏବେ ରିଆକ୍ଟରର ନବୀକରଣ କାମ ଚାଲିଥିଲା । ଏମିତିରେ ଏବେ ଏହା କାମ କରୁ ନଥିଲା । କିନ୍ତୁ ପ୍ଲାଣ୍ଟ ଭିତରେ ପରମାଣୁ ଇନ୍ଧନ ଅଛି ।

ସେପଟେ ୟୁକ୍ରେନ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ପ୍ଲାଣ୍ଟ ରେ ନିଆଁ ଲାଗିବା ପରେ ଋଷ ସେନାଙ୍କୁ ଜେପୋରଜିଆ ଅଞ୍ଚଳରେ ଥିବା ୟୁରୋପର ସବୁଠୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ କରିବାକୁ ଅପିଲ କରିଛନ୍ତି । କୁଲେବା ଟୁଇଟ କରି କହିଛନ୍ତି, ଋଷ ସେନା ଲଗାତର ଏହି ପ୍ଲାଣ୍ଟ ଉପରେ ଗୁଳିମାଡ଼ କରୁଛନ୍ତି । ଏଠାରେ ପୂର୍ବରୁ ହିଁ ନିଆଁ ଲାଗି ସାରିଛି । ଏମିତିରେ ଯଦି ଏହା ବିସ୍ଫୋରଣ ହୁଏ ତେବେ ଏହା ଚର୍ନୋବିଲଠାରୁ ୧୦ ଗୁଣା ବଡ଼ ହେବ । ତେଣୁ ଋଷ ସେନାଙ୍କୁ ତୁରନ୍ତ ଆକ୍ରମଣ ବନ୍ଦ କରିଦେବା ଉଚିତ । ସେହିପରି ୟୁକ୍ରେନର ଚେରନିହିଭ ସହରରେ ଋଷ ସେନାର ଆକ୍ରମଣ ପରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ନେଇ ରାଷ୍ଟ୍ରପତି ଜେଲେନେସ୍କି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନ ସହ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆମେ ଋଷ ଉପରେ ଆକ୍ରମଣ କରିନାହୁଁ କି କରିବାର ଯୋଜନା ବି କରିନୁ । ଆଉ ଏହି ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧା କଥାବାର୍ତ୍ତା।

Leave A Reply

Your email address will not be published.