ବିହାର ଭାଗଲପୁରରେ ବଡ଼ ଅଘଟଣ ଘଟିଛି । ତିନି ମହଲା କୋଠାରେ ବିସ୍ପୋରଣ ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଅଛନ୍ତି । ୮ ଜଣ ଗୁରୁତର ଥିବା ମଧ୍ୟ ଜଣାପଡିଛି । ତେବେ ବିସ୍ଫୋରଣ ହେଉଥିବା କୋଠାରେ ବୋମା ତିଆରି ହେଉଥିବା ପଡୋଶୀ କହିଛନ୍ତି । ଭାଗଲପୁର ଜିଲ୍ଲା ତାତାରପୁର ପୁଲିସ ଥାନା ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି । ବିସ୍ଫୋରଣ ଫଳରେ ୨ଟି ୩ଟି ଘର କ୍ଷତିଗ୍ରସ୍ତ ହୋଇଛି । ଯେଉଁ ବିଲ୍ଡିଂରେ ବିସ୍ଫୋରଣ ହୋଇଛି ତାହା କୋତବାଲିଠୁ କେବଳ ୧୦୦ ମିଟର ଦୂରରେ ରହିଛି । ବିସ୍ଫୋରଣ ପରେ ୩ ମହଲା କୋଠା ଭୁଶୁଡିପଡିଛି । ଭାଗଲପୁର ଡିଆଇଜି ସୁଜିତ କୁମାରଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ବାରୁଦ, ବେଆଇନ ପଟାଖା, ଓ ଦେଶୀ ବମରୁ ବିସ୍ଫେରଣ ହୋଇଥିବା ଜଣାପଡିଛିା ଏଫଏସଏଲ ଟିମର ଯାଞ୍ଚ ପରେ ବିସ୍ଫାରଣ କାରଣ ଜଣାପଡିବ । ଭୁଶୁଡିପଡିଥିବା ଘରୁ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେଠାରେ ଉଦ୍ଧାର କାମ ଚାଲିଛି ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ