ବିହାର ଭାଗଲପୁରରେ ବଡ଼ ଅଘଟଣ ଘଟିଛି । ତିନି ମହଲା କୋଠାରେ ବିସ୍ପୋରଣ ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଅଛନ୍ତି । ୮ ଜଣ ଗୁରୁତର ଥିବା ମଧ୍ୟ ଜଣାପଡିଛି । ତେବେ ବିସ୍ଫୋରଣ ହେଉଥିବା କୋଠାରେ ବୋମା ତିଆରି ହେଉଥିବା ପଡୋଶୀ କହିଛନ୍ତି । ଭାଗଲପୁର ଜିଲ୍ଲା ତାତାରପୁର ପୁଲିସ ଥାନା ଅଞ୍ଚଳରେ ଏହି ବିସ୍ପୋରଣ ଘଟିଛି । ବିସ୍ଫୋରଣ ଫଳରେ ୨ଟି ୩ଟି ଘର କ୍ଷତିଗ୍ରସ୍ତ ହୋଇଛି । ଯେଉଁ ବିଲ୍ଡିଂରେ ବିସ୍ଫୋରଣ ହୋଇଛି ତାହା କୋତବାଲିଠୁ କେବଳ ୧୦୦ ମିଟର ଦୂରରେ ରହିଛି । ବିସ୍ଫୋରଣ ପରେ ୩ ମହଲା କୋଠା ଭୁଶୁଡିପଡିଛି । ଭାଗଲପୁର ଡିଆଇଜି ସୁଜିତ କୁମାରଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ବାରୁଦ, ବେଆଇନ ପଟାଖା, ଓ ଦେଶୀ ବମରୁ ବିସ୍ଫେରଣ ହୋଇଥିବା ଜଣାପଡିଛିା ଏଫଏସଏଲ ଟିମର ଯାଞ୍ଚ ପରେ ବିସ୍ଫାରଣ କାରଣ ଜଣାପଡିବ । ଭୁଶୁଡିପଡିଥିବା ଘରୁ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେଠାରେ ଉଦ୍ଧାର କାମ ଚାଲିଛି ।
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ