ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କିଭରୁ ଆସୁଥିବା ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି..

0

ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଆଜି ନବମ ଦିନ। ଏବଂ ଦୁଇ ଦେଶ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ କି କିଛି ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭ ଓ ଖାରକିଭରେ ଫସି ରହିଛନ୍ତି। ଋଷ ସେନା ଗତ ୨୪ ଘଣ୍ଟା ରେ ଖାରକିଭ,ଚେର୍ନାହିବ,ମାରିୟୁପୋଲ, ବୋରଦୟାଙ୍କାରେ ଜୋରଦାର ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମଣରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ଭାରତ ସରକାର କହିଛନ୍ତି ଯେ, କିଭରେ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ବାଜିଛି। ଯାହା ପରେ ତାଙ୍କୁ ପୁଣି ଥରେ କିଭ୍ ପଠାଇଦିଆଯାଇଛି ।

ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଭି,କେ.ସିଂହ କହିଛନ୍ତି ଯେ, ତାଙ୍କୁ ଖବର ମିଳିଛି କିଭ୍‌ରୁ ଆସୁଥିବା ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ବାଜିଛି। ଏବଂ ଗୁଳି ବାଜିବା ପରେ ରାସ୍ତାରୁ ତାଙ୍କୁ ପୁଣି କିଭ୍‌ ନିଆଯାଇଛି। ଅଳ୍ପରୁ ଅଳ୍ପ କ୍ଷତି ସହିବା ସହ ଯଥାସମ୍ଭବ ପିଲାଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ଭି.କେ ସିଂହ କହିଛନ୍ତି ଯେ, ୧୬୦୦, ୧୭୦୦ ପିଲାଙ୍କୁ ଏବେ ଭାରତ ପଠାଇବାକୁ ଅଛି। ଗତ ୩ ଦିନ ମଧ୍ୟରେ ୧୪୦୦ ପିଲା ପ୍ର୍ରାୟ ୭ ଟି ବିମାନରେ ସ୍ୱଦେଶ ଫେରିଛନ୍ତି। କିଛି ପିଲା ନିଜ ଉପାୟରେ ୱାର୍ସରେ ପହଞ୍ଚି ଥିଲେ ଏବଂ ସେ ନିଜ ସଂପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି ।

ଭି.କେ ସିଂହ କହିଛନ୍ତି ଯେ, କାଲି ୫ଟି ବିମାନରେ ୮୦୦ରୁ ୯୦୦ ପିଲାଙ୍କୁ ଭାରତ ପଠାଯିବ । ପିଲାଙ୍କ ରହଣି ପାଇଁ ଏଠାରେ ଏକ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । ଭାରତୀୟଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନରୁ ଆଣିବାକୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । କେନ୍ଦ୍ରର ୪ ମନ୍ତ୍ରୀ ଏହି ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.