ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପ୍ରାର୍ଥୀ ଘୋଷଣା ସରିଲା, ଏବେ ପରୀକ୍ଷା ବେଳ

0

ପୌର ନିର୍ବଚାନ ପାଇଁ ରାଜନୀତି ସରଗରମ ଥିବା ବେଳେ ଏବେ କିଏ ହେବ ୩ ମହାନଗର ନିଗମର ମେୟର ତାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଭୁବନେଶ୍ୱର,କଟକ,ବ୍ରହ୍ମପୁର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଏହାରି ଭିତରେ ୩ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଚେହେରା ସାମନାକୁ ଆସିଛି । ତେବେ ରାଜଧାନୀର ନୂଆ ମେୟର କିଏ ହେବେ ଏବଂ ଭୁବନେଶ୍ୱରବାସୀଙ୍କ ଭରସା କିଏ ଜିତିବେ ତାଉପରେ ସମସ୍ତଙ୍କ ନଜର ରହିଛି ।

ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କ ନାଁ ବିଜୁ ଜନତା ଦଳ ଘୋଷଣା କରିଛି । ସାମ୍ବାଦିକାରୁ ରାଜନେତା ପାଲଟିଥିବା ସୁଲୋଚନାଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଭୁବନେଶ୍ୱରରୁ ଜିତି ଦଳର ସମ୍ମାନ ରକ୍ଷା କରିବା ତାଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେବ । ୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ରାଜନୀତିରେ ପାଦ ଥାପିଥିବା ସୁଲୋଚନା ପ୍ରଥମେ କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ ୨୦୧୭ରେ ବିଜେଡିରେ ସାମିଲ ହେବା ପରେ ବିଜେଡି ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଥିଲା । ପରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ସେହିପରି ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ବିଜେପି ନୂଆ ଚେହେରା ଡକ୍ଟର ସୁନୀତି ମୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇଛି । ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁନୀତି୍ଙ୍କୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ କରିଛି ବିଜେପି । ତେବେ ଟିକେଟ ପାଇବା ପରେ ସେ ଏବେ ରାଜନୀତି ମୈଦାନକୁ ଓହ୍ଲାଇ ସିଧାସଳଖ ଲୋକଙ୍କ ଭରସା ଜିତିବାକୁ ଆଶା ରଖିଥିବା କହିଛନ୍ତି । କଥା ନୁହେଁ ଏବେ କାମ ହେବ ବୋଲି ସେ କହିଛନ୍ତି ।

କଂଗ୍ରେସ ମଧ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥୀ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ଘୋଷଣା କରିଛି । ମଧୁସ୍ମିତା ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୂ । ଦଳକୁ ନୁହେଁ ପ୍ରାର୍ଥୀକୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା ।

ସେହିପରି କଟକ ମେୟର ପ୍ରାର୍ଥୀ ଭାବେ ସୁବାଷ ସିଂହଙ୍କ ନାଁ ଘୋଷଣା କରିଛି ବିଜେଡି । କଟକ ପାଇଁ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଧନ୍ୟବାଦ ଜଣାଇବା ସହ କଟକବାସୀଙ୍କ ଠାରୁ ଆର୍ଶୀବାଦ ପାଇବା ଆଶା ଅଛି ବୋଲି କହିଛନ୍ତି ସୁବାଷ ସିଂହ । ସେହିପରି ବ୍ରହ୍ମପୁର ମେୟର ପ୍ରାର୍ଥୀ ପାଇଁ ସଂଘମିତ୍ରା ଦଳେଇଙ୍କ ନାଁ ବିଜେଡି ଘୋଷଣା କରିବା ପରେ ସେ କହିଛନ୍ତି, ବ୍ରହ୍ମପୁରର ବିକାଶ ତାଙ୍କର ଲକ୍ଷ୍ୟ । ବ୍ରହ୍ମପୁରରେ ବିଜେଡି ତାର ସଫଳତା ବଜାୟ ରଖିବା ଓ ବଳକା ଥିବା ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ତ୍ୱରାନିତ କରାଯିବ ।

Leave A Reply

Your email address will not be published.