ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବିଧାୟକଙ୍କ ବର୍ବରକାଣ୍ଡର ପ୍ରତିବାଦ: ବିଜେପି କରୁଛି ସତ୍ୟାଗ୍ରହ

0

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡାଇବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେପି । ସମସ୍ତ ସହରାଞ୍ଚଳଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମନାରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲା ବିଜେପି ପକ୍ଷରୁ ଏଡିଏମ ଅଫିସ ଆଗରେ ପ୍ରତିବାଦ କରାଯାଉଛିା

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ଏଯାଏଁ ଦଳରୁ ନିଲମ୍ବନ କରାଯାଇନି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ଜଗଦ୍ଦେବଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ପ୍ରହସନ ପାଲଟିଛି । ଜଗଦ୍ଦେବଙ୍କ ପାଇଁ ଦେଶରେ ଓଡିଶାର ଛବି ମଳିନ ହୋଇଛି । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ସଙ୍ଗୀନ ଅଭିଯୋଗ ରହିଛି । ଶାସକ ଦଳ ବିଜେଡି ଗୁଣ୍ଡାରାଜ ଚଳାଇଛି । ନିର୍ବାଚନ ବେଳେ ଆହୁରି ହିଂସ୍ର ହୋଇଯାଉଛି ବୋଲି ବିଜେପି ଅଭିଯୋଗ କରିଛି । କେବେଳ ନାମକୁ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ବିଜେପି କହିଛି ।

ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ହସ୍ପିଟାଲରେ ଅଛନ୍ତି । ସେ ସୁସ୍ଥ ହେବା ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ବିଜେପି ଏହାକୁ ନେଇ ଅଯଥା ରାଜନୀତି କରୁଛି ବୋଲି ସେ କହିଛନ୍ତି । ଗତ ଶନିବାର ଦିନ ଖୋର୍ଦ୍ଧା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ ଗାଡି ନେଇଯିବା ସମୟରେ ଲୋକେ ତାଙ୍କୁ ଅଟକାଇଥିଲେ । କିନ୍ତୁ ସେ ନଶୁଣିବାରୁ ଯୁକ୍ତିତର୍କ ହୋଇଥିଲା । ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହା ପରେ ଜଗଦ୍ଦେବଙ୍କୁ ଲୋକମାନେ ମାଡ ମାରି ଲହୁଲୁହାଣ କରିଦେଇଥିଲେ ।

Leave A Reply

Your email address will not be published.