ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ପୁଣି ଫେରୁଛି କି କରୋନା? ଚୀନର ୩ ସହରରେ ଲକଡାଉନ୍‌

0

ଭାରତରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ ଚୀନରୁ ଆସିଛି ପୁଣି ଡରାଇବା ଭଳି ଖବର । ଚୀନରେ ପୁଣି କାୟା ମେଲାଇଛି କରୋନା । ଚୀନରେ ରବିବାର ୩ ହଜାର ୩୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ବର୍ଷ ପରେ ୩ ହଜାର ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ପରେ ଚୀନର ୩ ସହରରେ ଲକଡାଉନ ଘୋଷଣା କରାଯାଇଛି । ଚୀନର ଶେନଜେନ ସହରରେ ଲକଡାଉନ ଲାଗୁ କରାଯାଇଛି । ଏହି ସହରରେ ରହୁଥିବା ପ୍ରାୟ ଦେଢ କୋଟି ଲୋକ ଏବେ ବନ୍ଦ ହୋଇରହିଛନ୍ତି । ଚାଙ୍ଗଚୁନ୍‌ ସହରରେ ମଧ୍ୟ ତାଲାବନ୍ଦ କରିଛି ଚୀନ ।

ସେହିପରି ସାଂଘାଇ ସହରରେ ସମସ୍ତ ସ୍କୁଲ,ପାକ ର୍ବନ୍ଦ କରାଯାଇଛି । ବେଜିଂର ଆବାସିକ ଅଂଚଳରେ ପ୍ରବେଶ ଉପରେ ନିଷେଧ କରାଯାଇଛି । ଲୋକଙ୍କୁ ଘରୁ ନବାହାରବାକୁ ବେଜିଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏପରିକି ଜରୁରୀ ଆବଶ୍ୟକତା ନଥିଲେ ସହରରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି । କେବଳ ଚୀନ ନୁହେଁ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢିବା ଦେଖାଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୧୩ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରିକି ୨୪ ଘଣ୍ଟା ରେ ୩୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି କରୋନାରେ। ସେହିପରି ଗତ ୨୪ ଘଣ୍ଟା ରେ ଦକ୍ଷିଣ କୋରିଆରେ ସର୍ବାଧିକ ୩୫୦୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫ୍ରାନ୍ସରେ ୬୦,୪୨୨, ଭିଏତନାମରେ ୧,୬୬,୯୬୮, ଇଟାଲୀରେ ୪୮,୮୮୬ ଓ ଋଷରେ ୪୪,୯୮୯ କରୋନାର ନୂଆ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.