ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୁଣି ଫେରୁଛି କି କରୋନା? ଚୀନର ୩ ସହରରେ ଲକଡାଉନ୍‌

0

ଭାରତରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ ଚୀନରୁ ଆସିଛି ପୁଣି ଡରାଇବା ଭଳି ଖବର । ଚୀନରେ ପୁଣି କାୟା ମେଲାଇଛି କରୋନା । ଚୀନରେ ରବିବାର ୩ ହଜାର ୩୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ବର୍ଷ ପରେ ୩ ହଜାର ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ପରେ ଚୀନର ୩ ସହରରେ ଲକଡାଉନ ଘୋଷଣା କରାଯାଇଛି । ଚୀନର ଶେନଜେନ ସହରରେ ଲକଡାଉନ ଲାଗୁ କରାଯାଇଛି । ଏହି ସହରରେ ରହୁଥିବା ପ୍ରାୟ ଦେଢ କୋଟି ଲୋକ ଏବେ ବନ୍ଦ ହୋଇରହିଛନ୍ତି । ଚାଙ୍ଗଚୁନ୍‌ ସହରରେ ମଧ୍ୟ ତାଲାବନ୍ଦ କରିଛି ଚୀନ ।

ସେହିପରି ସାଂଘାଇ ସହରରେ ସମସ୍ତ ସ୍କୁଲ,ପାକ ର୍ବନ୍ଦ କରାଯାଇଛି । ବେଜିଂର ଆବାସିକ ଅଂଚଳରେ ପ୍ରବେଶ ଉପରେ ନିଷେଧ କରାଯାଇଛି । ଲୋକଙ୍କୁ ଘରୁ ନବାହାରବାକୁ ବେଜିଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏପରିକି ଜରୁରୀ ଆବଶ୍ୟକତା ନଥିଲେ ସହରରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି । କେବଳ ଚୀନ ନୁହେଁ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢିବା ଦେଖାଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୧୩ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରିକି ୨୪ ଘଣ୍ଟା ରେ ୩୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି କରୋନାରେ। ସେହିପରି ଗତ ୨୪ ଘଣ୍ଟା ରେ ଦକ୍ଷିଣ କୋରିଆରେ ସର୍ବାଧିକ ୩୫୦୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫ୍ରାନ୍ସରେ ୬୦,୪୨୨, ଭିଏତନାମରେ ୧,୬୬,୯୬୮, ଇଟାଲୀରେ ୪୮,୮୮୬ ଓ ଋଷରେ ୪୪,୯୮୯ କରୋନାର ନୂଆ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.