ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

‘ଦୁର୍ଘଟଣାବଶତଃ ମିଜାଇଲ ମାଡ଼ ହୋଇଛି, ଉଚ୍ଚସ୍ତରୀୟ ତଦନ୍ତ ହେବ’

0

ଭାରତର ମିଜାଇଲ ପାକିସ୍ତାନରେ ପଡିବା ଘଟଣାରେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ କହିଛନ୍ତି, ଦୁର୍ଘଟଣାବଶତଃ ଏହି ମିଜାଇଲ ପାକିସ୍ତାନରେ ପଡିଥିଲା । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ତେବେ ଏହା ଅଜାଣତରେ ଘଟିଛି ବୋଲି ସେ କହିଛନ୍ତି । ରାଜ୍ୟସଭାରେ ବିବୃତ୍ତି ରଖି ରାଜନାଥ ସିଂହ କହିଛନ୍ତି,ମାର୍ଚ୍ଚ ୯, ୨୦୨୨ ସନ୍ଧ୍ୟା ୭ଟା ବେଳେ ମିଜାଇଲ ୟୁନିଟର ରୁଟିନ୍ ମେେଣ୍ଟନାନ୍ସ ବେଳେ ଭୁଲବଶତଃ ଏହି ମିଜାଇଲ ଛଡା ହୋଇଥିଲା । ପରେ ଏହି ମିଜାଇଲ ପାକିସ୍ତାନରେ ମାଡ଼ ହେବା କଥା ଜାଣିବାକୁ ପାଇଲୁ । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ । ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜନାଥ । ଯାଞ୍ଚ ପରେ କାହିଁକି ଏଭଳି ଘଟିଲା ତାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

ଗତ ୯ ତାରିଖରେ ହରିୟାଣାର ସିର୍ସାରୁ ଏକ ମିଜାଇଲ ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ମିଆନ ଚାନ୍ନୁ ସହରରେ ମାଡ଼ ହୋଇଥିଲା । । ତେବେ ଭୁଲବଶତଃ ଏପରି ହୋଇଥିବା ବେଳେ ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ରାଲିରେ କହିଥିଲେ, ଆମେ ବି ଚାହିଁଲେ ଭାରତକୁ ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ।

Leave A Reply

Your email address will not be published.