ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଚୀନରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ୫ କୋଟି ଲୋକ ଘରେ ବନ୍ଦୀ

0

ଚୀନରେ କରୋନା ପୁଣି କାୟା ମେଲାଇବା ଆରମ୍ଭ କରିଛି । ଧୀରେ ଧୀରେ ସ୍ଥିତି ସଙ୍ଗୀନ ହେଉଛି । ଗତ ୨୪ ଘଂଟାରେ ଚୀନରେ ୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ୫ ହଜାର ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ ଆରମ୍ଭ ହେବା ଦିନରୁ ଗୋଟିଏ ଦିନରେ ଚିହ୍ନଟ ଏହା ହେଉଛି ସର୍ବାଧିକ ମାମଲା ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନରେ କଟକଣା କଡାକଡି କରାଯାଇଛି । ଚୀନର ୧୦ ସହରରେ ଲକଡାଉନ ଘୋଷଣା କରାଯାଇଛିା କରୋନାର ଏହି ଲହରରେ ଚୀନର ଜିଲିନ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ୫ କୋଟିରୁ ଅଧିକ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି ।ସବୁଠୁ ଅଧିକ ୨ କୋଟି ୪୦ ଲକ୍ଷ ଲୋକ ଜିଲିନ ପ୍ରଦେଶର । ଏହା ସହ ଶେନଜନରେ କୋଟିଏ ୭୫ ଳକ୍ଷ ଲୋକ ଓ ଡେଙ୍ଗୁଆନରେ ୧ କୋଟି ଲୋକ ଲକଡାଉନରେ ଅଛନ୍ତି । ଚୀନର ଏବେ ଯାଏଁ ବହୁତ ଲହର ଆସି ସାରିଛି । କିନ୍ତୁ ଫେବୃଆରୀ ୨୦୨୦ ପରେ କେବେ ଏତେ ମାମଲା ଗୋଟିଏ ଦିନରେ ଚିହ୍ନଟ ହୋଇନଥିଲା । ତେବେ ଏହି ଲହରରେ ଏଯାଏ କାହାର ଜୀବନ ଯାଇଥିବା ଖବର ମିଳିନାହିଁ ।

Leave A Reply

Your email address will not be published.