ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଚିନ୍ତା ବଢାଇଲା ଚୀନ, ଭାରତରେ ଆସିବ କି କରୋନାର ନୂଆ ଲହର?

0

କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ପୁଣି ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମଣ । ସ୍ଥିତି ଏତେ ସଙ୍ଗୀନ ହୋଇଯାଇଛି ଗୋଟେ ପରେ ଗୋଟେ ସହରରେ ତାଲା ଲାଗୁଛି । ଚୀନର ଓମିକ୍ରନର ନୂଆ ସବ ଭ୍ୟାରିଆଣ୍ଟ ଏବେ ପୁଣି କାୟା ମେଲାଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ଏହି ସବ ଭ୍ୟାରିଆଣ୍ଟ ଚାଇନା ବ୍ୟତୀତ ପଶ୍ଚିମ ୟୁରୋପରେ ନିଜର ଉପସ୍ଥିତି ଜାହିର କରିଛି । ତେବେ ଚୀନର ଏହି ସଂକ୍ରମଣ ବଢିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ଭାରତରେ କରୋନାର ନୂଆ ଲହର ଆସିବ କି? ଯେମିତି ଚୀନ,ପଶ୍ଚିମ ୟୁରୋପ ଓ ହଙ୍ଗକଙ୍ଗରେ ମାମଲା ବଢୁଛି, ଭାରତରେ ପୁଣି ସେଭଳି ସ୍ଥିତି ଉପୁଜିବ କି? ଏହି ପରିପ୍ରେକ୍ଷୀରେ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଡାକ୍ତର ନରେନ୍ଦ୍ର କୁମାର କହିଛନ୍ତି ଯେ, ଭାରତରେ ବିଏ-୨ ଯୋଗୁଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବା ସମ୍ଭାବନା କମ ଦେଖାଦେଉଛି । ତାଙ୍କ କହିବା ଅନୁସାରେ ଭାରତରେ ତୃତୀୟ ଲହରରେ ୭୫ ପ୍ରତିଶତ ମାମଲା ବିଏ-୨ ସବ ଭ୍ୟାରିଆଣ୍ଟ ର ଥିଲା । ଏମିତିରେ ଆଇଆଇଟି କାନପୁର ଜୁନରେ କରୋନା ନୂଆ ଲହରକୁ ନେଇ ଯେଉଁ ଅନୁମାନ କରିଛନ୍ତି,ସେଥିରେ କରୋନା ମାମଲା ଅଧିକ ବ୍ୟାପିବା ସମ୍ଭାବନା କମ ।

ଡାକ୍ତର ରାଜୀବଙ୍କର ମାନିବା ଅନୁସାରେ ଭାରତ ଓ ଚୀନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ସେ କହିଛନ୍ତି ଯେ, ଭାରତରେ ସଂକ୍ରମଣ, ପୁନଃ ସଂକ୍ରମଣ, ବ୍ରେକଥୁ ସଂକ୍ରମଣ ବହୁତ ଦେଖିବାକୁ ମିଳିଛି । ଏଥିପାଇଁ ଏଠାରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସାମାନ୍ୟ ବୃ୍‌ଦ୍ଧି ହୋଇଛି । ତେବେ ଚୀନରେ ସଂକ୍ରମଣ କାୟା ମେଲାଉଥିବାରୁ ବହୁ ସହରରେ ଲକଡାଉନ ଘୋଷଣା କରାଯାଇଛି । ଜିଲନ ସହରରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି । ହଙ୍ଗକଙ୍ଗରେ ସବୁଠୁ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କଡ଼ା ପ୍ରତିବନ୍ଧକ ଲାଗୁ କରାଯାଇଛି । ସ୍ଥିତିକୁ ଦେଖି କୋଟି କୋଟି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର ।

Leave A Reply

Your email address will not be published.