ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ ପଛରେ ଗୁନ ସିଂହାରୀ ଲିଙ୍କ୍‌!

0

ଶ୍ରୀକ୍ଷେତ୍ରରେ ପଡିଲା ରକ୍ତର ଛିଟା । ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା । ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ବାରବାଟୀ ଆଖଡ଼ା ନିକଟରେ ତାଙ୍କୁ ଅତି ପାଖରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ସେପଟେ ଯିଏ ବି ଦୋଷୀ ଗିରଫ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାକୁ ଗୁରୁତର ସହ ନିଆଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜିଲ୍ଳାପାଳ କହିଛନ୍ତି । ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ବାରବାଟୀ ଜାଗାର ଉନ୍ନତି ମୂଳକ କାର୍ଯ୍ୟର ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ଏହି ସମୟରେ ଦୁର୍ବୃତ୍ତ ଆସି ତାଙ୍କୁ ୨ ରାଉଣ୍ଡ ଗୁଳିଚାଳନା କରିଥିଲେ । ଗୋଟିଏ ଗୁଳି ମୁଣ୍ଡ ଆଗରେ ଓ ଗୋଟିଏ ପଛରେ ବାଜିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ତୁରନ୍ତ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ଟାର୍ଗେଟରେ ଥିଲେ କୃଷ୍ଣଚନ୍ଦ୍ର । ହତ୍ୟାକାଣ୍ଡ ମାମଲାରେ ସେ ଗିରଫ ହୋଇ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେଣୁ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିମାଡ଼ର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ସେବାୟତଙ୍କ ଗୁଳିମାଡ଼ର ପ୍ରକୃତ କାରଣ ଖୁଲାସା ହେବ ।

Leave A Reply

Your email address will not be published.