ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୩ ଆତଙ୍କବାଦୀ

0

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀ ମାନେ ଶ୍ରୀନଗର ନୌଗାମରେ ୩ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହା ପୂର୍ବରୁ କାଶ୍ମୀର ଆଇଜିପି ବିଜୟ କୁମାର କହିଥିଲେ ଯେ, ନୌଗାମରେ ଯେଉଁ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ , ସେମାନେ ଲସ୍କର ସହିତ ଜଡିତ ସଙ୍ଗଠନ ଦ ରେସିଷ୍ଟେଂଟସର ଆତଙ୍କବାଦୀ । ଏହି ଆତଙ୍କବାଦୀ ଖାନମୋହରେ ସରପଞ୍ଚଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ ।

କୁହାଯାଉଛି ଯେ, ସୁରକ୍ଷାକର୍ମୀଙ୍କୁ ନୌଗାମରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀ ମାନେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ଏହି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ପ୍ରତି ଆକ୍ରମଣରେ ୩ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଥିଲେ । ଶ୍ରୀନଗର ଖାନମୋହରେ ଆତଙ୍କବାଦୀ ସରପଞ୍ଚ ସମୀର ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଲସ୍କର ସହ ଜଡିତ ସଙ୍ଗଠନ ଦି ରେସିଷ୍ଟଂଟସ ଓ ନିଜକୁ ଦାୟୀ କରିଥିଲା । ଏବେ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ସୁରକ୍ଷାକର୍ମୀ ସରପଞ୍ଚ ହତ୍ୟା ସହ ସାମିଲ ଥିବା ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।


Leave A Reply

Your email address will not be published.