ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୩ ଆତଙ୍କବାଦୀ

0

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀ ମାନେ ଶ୍ରୀନଗର ନୌଗାମରେ ୩ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହା ପୂର୍ବରୁ କାଶ୍ମୀର ଆଇଜିପି ବିଜୟ କୁମାର କହିଥିଲେ ଯେ, ନୌଗାମରେ ଯେଉଁ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ , ସେମାନେ ଲସ୍କର ସହିତ ଜଡିତ ସଙ୍ଗଠନ ଦ ରେସିଷ୍ଟେଂଟସର ଆତଙ୍କବାଦୀ । ଏହି ଆତଙ୍କବାଦୀ ଖାନମୋହରେ ସରପଞ୍ଚଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ ।

କୁହାଯାଉଛି ଯେ, ସୁରକ୍ଷାକର୍ମୀଙ୍କୁ ନୌଗାମରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀ ମାନେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ଏହି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ପ୍ରତି ଆକ୍ରମଣରେ ୩ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଥିଲେ । ଶ୍ରୀନଗର ଖାନମୋହରେ ଆତଙ୍କବାଦୀ ସରପଞ୍ଚ ସମୀର ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଲସ୍କର ସହ ଜଡିତ ସଙ୍ଗଠନ ଦି ରେସିଷ୍ଟଂଟସ ଓ ନିଜକୁ ଦାୟୀ କରିଥିଲା । ଏବେ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ସୁରକ୍ଷାକର୍ମୀ ସରପଞ୍ଚ ହତ୍ୟା ସହ ସାମିଲ ଥିବା ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।


Leave A Reply

Your email address will not be published.