ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଭୂକମ୍ପରେ ଥରିଲା ଜାପାନ,୨୦ ଲକ୍ଷ ଘର ଅନ୍ଧାରରେ

0

ଭୀଷଣ ଭୂମିକମ୍ପରେ ଥରିଲା ଜାପାନ । ଜାପାନ ରାଜଧାନୀ ଟୋକିଓ ପାଖରେ ବୁଧବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପରେ ଚାରି ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ୯୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଭୂକମ୍ପ କେତେ ଭୟଙ୍କର ଥିଲା ଏଥିରୁ ଅନୁମାନ କରିହେଉଛି ଯେ, ଏକ ବୁଲେଟ ଟ୍ରେନ ଟ୍ରାକରୁ ଖସିଯାଇଥିଲା।ଜାପାନ ପାଣିପାଗ ବିଭାଗ ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛନ୍ତି ।

ଏଥିର ଆସିଥିବା ଭୂମିକମ୍ପ ସାମାନ୍ୟଠୁ ବହୁତ ଅଧିକ ଥିଲା । ରିକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୭ ଦଶମିକ ୩ ପ୍ରତିଶତ ଥିଲା । ରାତି ୮ଟା ୬ ସମୟରେ (ଜାପାନ ସମୟ ୧୧ଟା୩୦)ରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଟୋକିଓଠୁ ୨୯୭ କିଲୋମିଟର ଦୂର ଉ ର ପଶ୍ଚିମରୁ ଆସିଥିବା ଜଣାପଡିଛି । ଜାପାନ ପାଣିପାଗ ବିଭାଗ ଅନୁସାରେ, ଭୂକମ୍ପର କେନ୍ଦ୍ର ସମୂଦ୍ରରୁ ୬୦ କିଲୋମିଟର ଗଭୀରତା ଥିଲା । ଜାପାନ ମିୟାଗୀ ଓ ଫୁକୁସିମା ପ୍ରାନ୍ତରେ ଭୂକମ୍ପର ଝଟକା ସବୁଠୁ ଅଧିକ ଅନୁଭୂତ ହୋଇଥିଲା । ଦୁଇ ପ୍ରଦେଶର ସମୂଦ୍ର କୂଳବର୍ତ୍ତୀ ଲୋକଙ୍କୁ ଦୂରରେ ରହିବାକୁ ଅପିଲ କରାଯାଇଛି । ଫୁକୁସୀମାରେ ହିଁ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଭୂକମ୍ପ ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ ହୋଇଛି । ରାଜଧାନୀ ଟୋକିଓ ଅନ୍ଧାର ହୋଇପଡିଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । ରାସ୍ତା ଘାଟ ଫାଟିଯାଇଛି । ଅନେକ ଘରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଲୋକ ଖୋଲାସ୍ଥାନରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.