ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭୂକମ୍ପରେ ଥରିଲା ଜାପାନ,୨୦ ଲକ୍ଷ ଘର ଅନ୍ଧାରରେ

0

ଭୀଷଣ ଭୂମିକମ୍ପରେ ଥରିଲା ଜାପାନ । ଜାପାନ ରାଜଧାନୀ ଟୋକିଓ ପାଖରେ ବୁଧବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପରେ ଚାରି ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ୯୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଭୂକମ୍ପ କେତେ ଭୟଙ୍କର ଥିଲା ଏଥିରୁ ଅନୁମାନ କରିହେଉଛି ଯେ, ଏକ ବୁଲେଟ ଟ୍ରେନ ଟ୍ରାକରୁ ଖସିଯାଇଥିଲା।ଜାପାନ ପାଣିପାଗ ବିଭାଗ ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛନ୍ତି ।

ଏଥିର ଆସିଥିବା ଭୂମିକମ୍ପ ସାମାନ୍ୟଠୁ ବହୁତ ଅଧିକ ଥିଲା । ରିକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୭ ଦଶମିକ ୩ ପ୍ରତିଶତ ଥିଲା । ରାତି ୮ଟା ୬ ସମୟରେ (ଜାପାନ ସମୟ ୧୧ଟା୩୦)ରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଟୋକିଓଠୁ ୨୯୭ କିଲୋମିଟର ଦୂର ଉ ର ପଶ୍ଚିମରୁ ଆସିଥିବା ଜଣାପଡିଛି । ଜାପାନ ପାଣିପାଗ ବିଭାଗ ଅନୁସାରେ, ଭୂକମ୍ପର କେନ୍ଦ୍ର ସମୂଦ୍ରରୁ ୬୦ କିଲୋମିଟର ଗଭୀରତା ଥିଲା । ଜାପାନ ମିୟାଗୀ ଓ ଫୁକୁସିମା ପ୍ରାନ୍ତରେ ଭୂକମ୍ପର ଝଟକା ସବୁଠୁ ଅଧିକ ଅନୁଭୂତ ହୋଇଥିଲା । ଦୁଇ ପ୍ରଦେଶର ସମୂଦ୍ର କୂଳବର୍ତ୍ତୀ ଲୋକଙ୍କୁ ଦୂରରେ ରହିବାକୁ ଅପିଲ କରାଯାଇଛି । ଫୁକୁସୀମାରେ ହିଁ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଭୂକମ୍ପ ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ ହୋଇଛି । ରାଜଧାନୀ ଟୋକିଓ ଅନ୍ଧାର ହୋଇପଡିଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । ରାସ୍ତା ଘାଟ ଫାଟିଯାଇଛି । ଅନେକ ଘରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଲୋକ ଖୋଲାସ୍ଥାନରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.