ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

0

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର।। ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି। ୧୭୩୭ ୱାର୍ଡରେ ପୌର ପରିଷଦ ନିର୍ବାଚନ ହେବ। ଏଥିପାଇଁ ୪ ହଜାର ୩୭୩ ବୁଥ ରହିଛି। ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ।

ନିର୍ବାଚନ କମିସନର ଆଦିତ୍ୟ ପାଢୀ ଦେଇଥିବା ସୂଚନା ଅନୁଯାୟୀ, ମେୟର ଓ ଚେୟାରପର୍ସନ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମ୍ୟୁନିସପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ। ନିର୍ବାଚନ ବେଳେ ସୁରକ୍ଷା ଦାୟିତ୍ୱରେ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ସିଏମସି ପାଇଁ ୨୦ ପ୍ଲାଟୁନ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଓ ଭୁବନେଶ୍ୱର ମ୍ୟୁନିସପାଲଟି କର୍ପୋରେସନ ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇଟି ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ୫ଟି ସ୍ଥାନରେ ବର୍ଡର ସିଲିଂ ପଏ ରହିବ। ଭୋଟିଂ ପାଇଁ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ।

ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁ୍‌ଥରେ ପହଞ୍ଚିବେ। ୨୪ ତାରିଖ ଭୋଟ ଗ୍ରହଣ ପରେ ୨୬ ତାରିଖ ସକାଳ ୮ରୁ ଭୋଟ ଗଣତି ଚାଲିବ।

Leave A Reply

Your email address will not be published.