ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

0

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର।। ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି। ୧୭୩୭ ୱାର୍ଡରେ ପୌର ପରିଷଦ ନିର୍ବାଚନ ହେବ। ଏଥିପାଇଁ ୪ ହଜାର ୩୭୩ ବୁଥ ରହିଛି। ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ।

ନିର୍ବାଚନ କମିସନର ଆଦିତ୍ୟ ପାଢୀ ଦେଇଥିବା ସୂଚନା ଅନୁଯାୟୀ, ମେୟର ଓ ଚେୟାରପର୍ସନ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମ୍ୟୁନିସପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ। ନିର୍ବାଚନ ବେଳେ ସୁରକ୍ଷା ଦାୟିତ୍ୱରେ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ସିଏମସି ପାଇଁ ୨୦ ପ୍ଲାଟୁନ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଓ ଭୁବନେଶ୍ୱର ମ୍ୟୁନିସପାଲଟି କର୍ପୋରେସନ ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇଟି ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ୫ଟି ସ୍ଥାନରେ ବର୍ଡର ସିଲିଂ ପଏ ରହିବ। ଭୋଟିଂ ପାଇଁ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ।

ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁ୍‌ଥରେ ପହଞ୍ଚିବେ। ୨୪ ତାରିଖ ଭୋଟ ଗ୍ରହଣ ପରେ ୨୬ ତାରିଖ ସକାଳ ୮ରୁ ଭୋଟ ଗଣତି ଚାଲିବ।

Leave A Reply

Your email address will not be published.