ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

0

ପୁରୀ: ସେବାୟତ କୃଷ୍ଣଚନ୍ଦ ପ୍ରତିହାରୀ ହତ୍ୟାର ପର୍ଦ୍ଦାଫାଶ୍ ହୋଇଛି। ପ୍ରେସମିଟ୍‌ରେ ପୁରୀ ଏସପି କନୱର ବିଶାଲ ସିଂ ହତ୍ୟା ମାମଲାର ଖୁଲାସା କରିଛନ୍ତି। ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ଷଡଯନ୍ତ୍ରକାରୀ ଅଛନ୍ତି। ଦୋଳଗୋବିନ୍ଦ ଓ କାଳିଆ ସିଂହାରୀ ହେଉଛି ମୁଖ୍ୟ ଷଡଯନ୍ତ୍ରକାରୀ। ଯୋଜନାବଦ୍ଧ ଭାବେ କୃଷ୍ଣ ପ୍ରତିହାରୀଙ୍କୁ କରାଯାଇଛି ହତ୍ୟା କରାଯାଇଥିବା ଏସପି କହିଛନ୍ତି।

ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ସ୍ଥଳରେ ଉପସ୍ଥିତ ଥିବା ବାବା ମହାପାତ୍ରକୁ ଗିରଫ କରାଯାଇଛି। ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିବା ମୁନା ପାତ୍ର ଗିରଫ। ହତ୍ୟାକାରୀଙ୍କୁ ଲୁଚାଇବାକୁ ସହାୟତା କରିଥିବା ସନ୍ଦୀପ ଜେନାକୁ ଗିରଫ କରାଯାଇଛି। କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ପୁରୀର ଏକ ଲଜ୍‌ରେ ଯୋଜନା କରାଯାଇଥିଲା। ୨ ଜଣ ଷଡଯନ୍ତ୍ରକାରୀ ଲଜରେ ଯୋଜନା କରିଥିଲେ। ୧୬ ତାରିଖ ପୂର୍ବରୁ ମଧ୍ୟ ଥରେ ହତ୍ୟା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ପୂରା ମାମଲାରେ ମୋଟ ୯ ଜଣଙ୍କ ସମ୍ପୃକ୍ତି ରହିଛି। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଷଡଯନ୍ତ୍ରରେ ୩୦ ଲକ୍ଷର ଡିଲ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ ହେବ। ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କାର ସୁପାରୀ କାରବାର ହୋଇଥିଲା। ଏପରିକି ୨ ଲକ୍ଷ ଅଗ୍ରୀମ ଆକାରରେ ଦିଆଯାଇଥିଲା। ଗିରଫ କାଳୁଠାରୁ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି। ଗତ ବୁଧବାର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରିଥିଲେ
ଦୁର୍ବୃତ୍ତ। ଏହି ଗୁଳିକାଣ୍ଡ ପରେ ଦୋହଲିଯାଇଥିଲା ପୁରୀ। ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ କାଗଜ,ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ ଟିମ୍। ୨୦୧୨ରେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲା ସହ ଏହି ହତ୍ୟାକାଣ୍ଡର ସଂପୃକ୍ତ ଥିବା ସନ୍ଦେହ କରାଯାଇଥିଲା।

Leave A Reply

Your email address will not be published.