ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ହିଞ୍ଜିଳିକାଟୁରେ ୪ ଜଣଙ୍କୁ ବୀଭତ୍ସ ହତ୍ୟା

0

ଗଞ୍ଜାମ ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଶେରଗଡ଼ ଥାନା ଅଧିନସ୍ଥ ନରେନ୍ଦ୍ରପୁରରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃ୍‌ତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଅଛନ୍ତି । ଫଳରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି । ଆଉ ଜଣେ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନେକ ମଧ୍ୟ ଆହତ ହୋଇଛନ୍ତି । ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଞ୍ଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡା ସ୍ୱାଇଁ, ରାଜାସ୍ୱାଇଁ ଓ ପୁତୁରା ଚନ୍ଦନ ସ୍ୱାଇଁ ।

ମଙ୍ଗୁଳୁ ସ୍ୱାଇଁଙ୍କ ପୁଅ ମାନେ ପିତଳ ଛକରେ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ । ଗତକାଲି ରାତିରେ ସେମାନେ ଘରକୁ ଫେରୁଥିବା ବେଳେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ମହିଳାଙ୍କୁ ସାହାର୍ଯ୍ୟ କରିବାକୁ ଆସିଥିଲେ । କିନ୍ତୁ ସେଠାରେ ଥିବା ୬ ଜଣ ଯୁବକ ସେମାନଙ୍କୁ କମେ ମାରିଥିଲୋ ।ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହେଲେ ଗଣ୍ଡଗୋଳ ଏତେ ବଢିଯାଇଥିଲା ଯେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡ଼ରେ ଏମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ୩ ଭାଇ ଓ ପୁତୁରା ରକ୍ତାକ୍ତ ହୋଇପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି ।

Leave A Reply

Your email address will not be published.