ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଜେଲ ଗଲେ ଜଗଦ୍ଦେବ

0

ଜେଲ ଗଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ପରେ ବାଣପୁର ଜେଲରେ ରାତି କାଟିଛନ୍ତି ଜଗଦ୍ଦେବ । ରାତି ୧୨ଟାରେ ବାଣପୁର ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏହା ପରେ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଯାଇଛି । ଗତକାଲି ହସ୍ପିଟାଲରୁ ବାହାରିବାରେ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା । ଏହା ପରେ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟରେ ହାଜର ପରେ ତାଙ୍କୁ ବାଣପୁର କୋର୍ଟ ନିଆଯାଇଥିଲା । ରାତି ୯ଟା ୧୦ରେ ତାଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ପୁଲିସ ପକ୍ଷରୁ ୧୮୮ ପୃଷ୍ଠାର କେସ ଡାଏରୀ କୋର୍ଟରେ ଦାଖଲ କରାଯାଇଥିଲା ।

ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ବିଜେପି କର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଉ ହତ୍ୟା ଉଦ୍ୟମ କରିଥିଲେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭିଡ ଭିତରେ ଗାଡି ଚଢାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୨୫ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକ ମଧ୍ୟ ବିଧାୟକଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗିକୁ ଚୁରମାର କରିଦେଇଥିଲେ । ଏହା ପରେ ଆହତ ଜଗଦ୍ଦେବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ସେ ହସ୍ପିଟାଲରୁ ବାହାରିବାରେ ତାଙ୍କୁ ପୁଲିସ ଗିରଫ କରିଥିଲା

Leave A Reply

Your email address will not be published.