ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଶ୍ୱକୁ ଡରାଇଲା ଭଳି ଧମକ ଦେଲା ଋଷ

0

ଋଷ-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ଏକ ବଡ଼ ଧମକ ଦେଇଛି । ଯଦି ଋଷର ସ୍ଥିତି ବିପନ୍ନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୮ ଦିନ ବିତିଥିଲେ ମଧ୍ୟ ଏବେ ସୁଦ୍ଧା ସ୍ଥିତିରେ କିଛି ପରିବର୍ତ୍ତନ ଆସିନାହିଁ। ଋଷ, ୟୁକ୍ରେନର ଅଲଗା ଅଲଗା ସହର ଉପରେ ଏୟାର ଷ୍ଟ୍ରାଇକ କରୁଛି, କିନ୍ତୁ ୟୁକ୍ରେନ ଋଷ ଆଗରେ ନଇଁବାକୁ ପ୍ରସ୍ତୁତ ନୁହେଁ । ଯୁଦ୍ଧ ମଧ୍ୟରେ ଋଷ ଚେର୍ନିବିଲର ଏକ ନୂଆ ଲ୍ୟାବକୁ ନଷ୍ଟ କରିଦେଇଛି । ଏହି ନୂଆ ଲ୍ୟାବ ଚେର୍ନିବିଲ ନ୍ୟୁକ୍ଲିୟର ପାୱାର ପ୍ଲାଂଟର ଥିଲା । ରେଡିଓଆକ୍ଟିଭ ବର୍ଜ୍ୟବସ୍ତୁ ପରିଚାଳନାକୁ ତଦାରଖ କରିବା ପାଇଁ ଏହି ଲ୍ୟାବ ତିଆରି କରାଯାଇଥିଲା ।

୨୦୧୫ରେ ୟୁରୋପୀୟ ଆୟୋଗର ସାହାର୍ଯ୍ୟରେ ଏହି ଲ୍ୟାବ ତିଆରି କରାଯାଇଥିଲା । ତେବେ ଯୁଦ୍ଧର ଆରମ୍ଭ ସହିତ ହିଁ ଋଷ ଏହି ଲ୍ୟାବକୁ କବଜା କରିନେଇଥିଲା । ଯୁଦ୍ଧରେ ୟୁକ୍ରେନ ମଧ୍ୟ ଋଷକୁ କଡ଼ା ଟକ୍କର ଦେଉଛି । ୟୁକ୍ରେନ ଦାବି କରିଛି ଯେ, ଏଯାଏ ଯୁଦ୍ଧରେ ଋଷର ୧୫ ହଜାରରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ୨୬ ଦିନରେ ଋଷର ଯେତିକି କ୍ଷତି ହୋଇଛି ସେ ୧୦ ବର୍ଷ ଆଫଗାନରେ ଯୁଦ୍ଧ ଲଢିବାରେ ସୋଭିଏତ ସଂଘକୁ ହୋଇଥିବା କ୍ଷତିଠୁ ବି ଅଧିକ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଅନ୍ତ ଘଟାଇବାକୁ ଭାରତରୁ ତରଫରୁ ମଧ୍ୟ ଉଦ୍ୟମ ଜାରି ରହିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଫୋନରେ ୟୁକ୍ରେନ ସ୍ଥିତି ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.