ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିଶ୍ୱକୁ ଡରାଇଲା ଭଳି ଧମକ ଦେଲା ଋଷ

0

ଋଷ-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ଏକ ବଡ଼ ଧମକ ଦେଇଛି । ଯଦି ଋଷର ସ୍ଥିତି ବିପନ୍ନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସକୋଭ ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୮ ଦିନ ବିତିଥିଲେ ମଧ୍ୟ ଏବେ ସୁଦ୍ଧା ସ୍ଥିତିରେ କିଛି ପରିବର୍ତ୍ତନ ଆସିନାହିଁ। ଋଷ, ୟୁକ୍ରେନର ଅଲଗା ଅଲଗା ସହର ଉପରେ ଏୟାର ଷ୍ଟ୍ରାଇକ କରୁଛି, କିନ୍ତୁ ୟୁକ୍ରେନ ଋଷ ଆଗରେ ନଇଁବାକୁ ପ୍ରସ୍ତୁତ ନୁହେଁ । ଯୁଦ୍ଧ ମଧ୍ୟରେ ଋଷ ଚେର୍ନିବିଲର ଏକ ନୂଆ ଲ୍ୟାବକୁ ନଷ୍ଟ କରିଦେଇଛି । ଏହି ନୂଆ ଲ୍ୟାବ ଚେର୍ନିବିଲ ନ୍ୟୁକ୍ଲିୟର ପାୱାର ପ୍ଲାଂଟର ଥିଲା । ରେଡିଓଆକ୍ଟିଭ ବର୍ଜ୍ୟବସ୍ତୁ ପରିଚାଳନାକୁ ତଦାରଖ କରିବା ପାଇଁ ଏହି ଲ୍ୟାବ ତିଆରି କରାଯାଇଥିଲା ।

୨୦୧୫ରେ ୟୁରୋପୀୟ ଆୟୋଗର ସାହାର୍ଯ୍ୟରେ ଏହି ଲ୍ୟାବ ତିଆରି କରାଯାଇଥିଲା । ତେବେ ଯୁଦ୍ଧର ଆରମ୍ଭ ସହିତ ହିଁ ଋଷ ଏହି ଲ୍ୟାବକୁ କବଜା କରିନେଇଥିଲା । ଯୁଦ୍ଧରେ ୟୁକ୍ରେନ ମଧ୍ୟ ଋଷକୁ କଡ଼ା ଟକ୍କର ଦେଉଛି । ୟୁକ୍ରେନ ଦାବି କରିଛି ଯେ, ଏଯାଏ ଯୁଦ୍ଧରେ ଋଷର ୧୫ ହଜାରରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ୨୬ ଦିନରେ ଋଷର ଯେତିକି କ୍ଷତି ହୋଇଛି ସେ ୧୦ ବର୍ଷ ଆଫଗାନରେ ଯୁଦ୍ଧ ଲଢିବାରେ ସୋଭିଏତ ସଂଘକୁ ହୋଇଥିବା କ୍ଷତିଠୁ ବି ଅଧିକ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଅନ୍ତ ଘଟାଇବାକୁ ଭାରତରୁ ତରଫରୁ ମଧ୍ୟ ଉଦ୍ୟମ ଜାରି ରହିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଫୋନରେ ୟୁକ୍ରେନ ସ୍ଥିତି ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.