ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବିଜୟ ମହାପାତ୍ର ନୂଆଦିଲ୍ଲୀ ଗଲେ, କାହାକୁ ଭେଟିଲେ?

0
  • ପୁଅ ଏବେ ରାଜନୀତିକୁ ଓହ୍ଲାଇବାର ନାହିଁ କି ନିର୍ବାସନ ନେବେ ନାହିଁ ବିଜୟ
  • ତୁଚ୍ଛା ଗୁଜବ କହି ଏଡ଼ାଇଗଲେ, କହିଲେ ଦେଖ ଆଗକୁ କଣ ସବୁ ଚାଲିଛି

ଭୁବନେଶ୍ବର: ବିଜେପିରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଧୀରେ ଧୀରେ ଦୂରେଇ ଗଲେଣି। ଗତ ପଞ୍ଚାୟତ ନିର୍ବାଚନରେ ସେ ଖୋଲାଖୋଲି ଘୋଷଣା କରିଦେଇଥିଲେ, ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନାହିଁ। କେବଳ ନିଜର କିଛି ଅନୁଗତଙ୍କ ଲାଗି (ସରପଞ୍ଚ ଏବଂ ସମିତି ସଭ୍ୟ)ଙ୍କ ଲାଗି ସେ ଦିନା କେତେ ପାଟକୁରାରେ ଡେରା ପକାଇଥିଲେ। କେବଳ ସେତିକି ନୁହେଁ, ସଦ୍ୟ ସମାପ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଅନୁଗତମାନେ ବିଜେପିକୁ ସହଯୋଗ କରିନାହାନ୍ତି। ଏସବୁ ସୂଚନା ଦେଉଛି ଯେ ଆଗକୁ ବିଜୟଙ୍କ ଗୋଟି କିଛି ଅଲଗା ଚାଲିବ। କିଏ କହୁଛି ବିଜୟ ନିଜେ ନିର୍ବାସନ ନେଇ ତାଙ୍କ ପୁଅକୁ ରାଜନୀତିକୁ ଆଣିବେ। ବିଜେଡିର ଗୋଟିଏ ଗୋଷ୍ଠୀ ତାଙ୍କ ପୁଅ ଶଙ୍ଖ ଧରିବ ବୋଲି ମଧ୍ୟ ଚର୍ଚ୍ଚା କଲେଣି। ଏପରିକି ସେ ସେଠାରେ ସକ୍ରିୟ ଭାବେ ବୁଲାଚଲା କଲେଣି ବୋଲି ମଧ୍ୟ କହିଲେଣି। କିନ୍ତୁ ଶ୍ରୀ ମହାପାତ୍ର ଏସବୁକୁ ଅସ୍ବୀକାର କରିଛନ୍ତି। ଖୋଲାଖୋଲି ନିଜ ଅନୁଗତଙ୍କୁ ଜଣାଇ ଦେଇଛନ୍ତି ଯେ ତାଙ୍କ ପୁଅ ଏବେ ରାଜନୀତିକୁ ଓହ୍ଲାଇବାର ନାହିଁ। ସେ ଚାକିରିରେ ବ୍ୟସ୍ତ ଅଛନ୍ତି ଓ ରହିବେ। ଅର୍ଥାତ୍ ବିଜୟ ନିଜେ ରାଜନୀତିରେ ପୁଣି ସକ୍ରିୟ ହେବେ, ନିର୍ବାସନର ପ୍ରଶ୍ନ ଉଠୁନାହିଁ ଏକଥା ବୁଝିବାକୁ ହେବ।

ଠିକ୍ ଏମିତି ଏକ ସମୟରେ ଆଉ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଶ୍ରୀ ମହାପାତ୍ର ନୂଆଦିଲ୍ଲୀରେ ତିନି ଦିନ ଡେରା ପକାଇ ଫେରିଛନ୍ତି। ଏହି ଗସ୍ତ କାଳରେ ସେ କାହାକୁ ଭେଟିଛନ୍ତି, କାହା ସହିତ ଆଲୋଚନା କରିଛନ୍ତି ସେ ସଂପର୍କରେ ମୁହଁ ଖୋଲୁନାହାନ୍ତି। ତାଙ୍କ ନିକଟତମ ମହଲ ମଧ୍ୟ ଟେର୍ ପାଉନାହାନ୍ତି। ହେଲେ ବିଜୟ କିନ୍ତୁ ଫେରିବା ପରେ ଆଗ ଅପେକ୍ଷା ବେଶ୍ ଖୁସି ଅଛନ୍ତି। ଏମିତି କି ପ୍ରତିଶ୍ରୁତି କାହା ଠାରୁ ପାଇ ସେ ଫେରିଲେ କି? କେଉଁ ଦଳର ନେତାଙ୍କ ସହିତ ତାଙ୍କର ସାକ୍ଷାତ ହେଲା? କାହା ସହିତ କି କି କଥା ହେଲେ? ବିଜୟ ବିଜେପିରେ ରହିବେ ନା ଅନ୍ୟ ଦଳକୁ ଡେଇଁବେ? କିଛି ନୂଆ ସମୀକରଣ ପାଇଁ ଦିଲ୍ଲୀରେ କସରତ କରି ସେ ଫେରିଛନ୍ତି କି?

ତାଙ୍କ ନିକଟତମ ମହଲକୁ ଶ୍ରୀ ମହାପାତ୍ର କହୁଛନ୍ତି ଯେ ଆଗକୁ କିଛି ଭଲ କଥା ହେବ ଅପେକ୍ଷା କର। ତାଙ୍କ ଇସାରା କାହା ଆଡକୁ ରହିଛି, ସେ କଥା କିନ୍ତୁ କେହି ଠଉରାଇ ପାରୁନାହାନ୍ତି। ଗୋଟିଏ ପଟେ ଦଳମତ ନିର୍ବିଶେଷରେ କିଛି ନେତା ଏବେ ନିୟମିତ ବିଜୟଙ୍କ ପାଖକୁ ଆସୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ ତାଙ୍କର ଏହି ନୂଆ ସଙ୍କେତ ଭିନ୍ନ ସୂଚନା ଦେଲାଣି।

ନିକଟରେ ଶ୍ରୀ ମହାପାତ୍ର ପୁରୀ ଶ୍ରୀମନ୍ଦିର ବାହାରେ ଚାଲିଥିବା ନିର୍ମାଣ ସଂପର୍କରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ପରେ ସେ ଦିଲ୍ଲୀ ଯାଇଥିଲେ। ଏବେ ଖବର ମିଳିଲାଣି ଯେ ଖୁବ୍ ଶୀଘ୍ର ଆଉ କିଛି ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରୁ ସଙ୍କେତ ମିଳୁଛି ଯେ ସମ୍ଭବତଃ ୨୦୨୪ ପାଇଁ କିଛି ନୂଆ ପ୍ରସ୍ତୁତି କରି ବିଜୟ ରାଜନୀତିକୁ ଓହ୍ଲାଇବେ!

Leave A Reply

Your email address will not be published.