ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଲାଗୁ: ଏଣିକି ହିତାଧିକାରୀଙ୍କୁ ମିଳିବ ୧୦ କେଜି ମାଗଣା ଚାଉଳ

0

ଭୁବନେଶ୍ବର: ମୋହନ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଘୋଷଣା କରିଛନ୍ତି ଯେ, ଆଜିଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ପୂର୍ବ ଅପେକ୍ଷା ଅଧିକ ମାଗଣା ଚାଉଳ ପାଇବେ। ପୂର୍ବରୁ ଏହି ଯୋଜନାରେ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ, ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୧୦ କେଜି କରାଯାଇଛି। ଫଳରେ ଲକ୍ଷାଧିକ ହିତାଧିକାରୀ ସିଧାସଳଖ ଭାବେ ଉପକୃତ ହେବେ।

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଠିକ୍ ଦୁଇ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ସରକାର ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲା। ସେହି ଦିନଠାରୁ ଓଡ଼ିଶାରେ “ଲୋକଙ୍କ ସରକାର”ର ଆରମ୍ଭ ହୋଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ସରକାରର ପ୍ରତ୍ୟେକ ମନ୍ତ୍ରୀ ଓ ଜନପ୍ରତିନିଧି ସିଧାସଳଖ ଭାବେ ଜନସାଧାରଣଙ୍କ ସହ ମିଶି ସେମାନଙ୍କ ସମସ୍ୟା ଓ ଆଶା-ଆକାଂକ୍ଷା ବୁଝିଛନ୍ତି। ସେହି ଆଧାରରେ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ରାଜ୍ୟର ବିକାଶ ପାଇଁ ସ୍ପଷ୍ଟ ରୋଡମ୍ୟାପ୍ ତିଆରି କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ ଏବଂ ଜନସାଧାରଣଙ୍କ ଅଗ୍ରଗତିକୁ କେନ୍ଦ୍ରରେ ରଖି ବିକାଶର ଯାତ୍ରା ଆଗକୁ ବଢ଼ୁଛି। ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ପରିମାଣ ବୃଦ୍ଧି ମଧ୍ୟ ସେହି ପ୍ରୟାସର ଏକ ଅଂଶ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.