ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ରାଜ୍ୟରେ KG ରୁ PG ପିଲା ପଢିବେ ମାଗଣା ପାଠ

0

ଭୁବନେଶ୍ବର: ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ଓଡ଼ିଶାରେ କିଣ୍ଡରଗାର୍ଡେନ୍ (କେଜି ) ଠାରୁ ସ୍ନାତକୋତ୍ତର (ପିଜି) ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଲକ୍ଷ ଲକ୍ଷ ଗରିବ, ମଧ୍ୟବିତ୍ତ ଓ ଅସହାୟ ପରିବାର ପାଇଁ ବଡ଼ ଆଶ୍ୱାସନ ନେଇ ଆସିଛି। ଏହା ଦ୍ୱାରା ଆର୍ଥିକ ଅସୁବିଧା କାରଣରୁ କୌଣସି ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି।

ମୋହନ ମାଝୀ କହିଛନ୍ତି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନଙ୍କୁ ଶିକ୍ଷାର ସମାନ ସୁଯୋଗ ଦେବା ଏବଂ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ନ ହେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନୀତି କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ, ଯେଉଁଠାରେ କେଜି ରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ମିଳିବ। ସେ ଆହୁରି କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୨୧ଟି ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମାଞ୍ଚଳରେ ବିଦ୍ୟୁତ, ପାନୀୟ ଜଳ, ସଡ଼କ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପହଞ୍ଚାଇବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ମାଗଣା ଶିକ୍ଷା ନୀତି କେବଳ ପରିବାରମାନଙ୍କ ଆର୍ଥିକ ଭାର କମାଇବ ନୁହେଁ, ବରଂ ରାଜ୍ୟର ଯୁବପିଢ଼ିକୁ ସଶକ୍ତ କରିବ ଏବଂ ଓଡ଼ିଶାର ଦୀର୍ଘମିଆଦି ବିକାଶରେ ମଧ୍ୟ ସହାୟକ ହେବ। “ଶିକ୍ଷା କେବଳ କିଛି ଲୋକଙ୍କ ସୁବିଧା ନୁହେଁ, ବରଂ ସମସ୍ତଙ୍କ ଅଧିକାର,” ବୋଲି କହି ମୁଖ୍ୟମନ୍ତ୍ରୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମାବେଶୀ ଓ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।

Leave A Reply

Your email address will not be published.