ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

0

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ। ଜୁନ୍ ୩୦ରୁ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ ଏବଂ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ବର୍ତ୍ତମାନ ଧୀରଜ ସେଠ୍‌ ଭାରତୀୟ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଚଳିତ ବର୍ଷ ଏପ୍ରିଲ୍ ୧ ତାରିଖରେ ଏହି ପଦଭାର ଗ୍ରହଣ କରିଥିଲେ। ଜାତୀୟ ପ୍ରତିରକ୍ଷା ଏକାଡେମୀ, ଖଡକୱାସଲାର ପୂର୍ବତନ ଛାତ୍ର ଥିବା ଧୀରଜ ସେଠ୍‌ ଭାରତୀୟ ସେନାର ଜଣେ ଅଭିଜ୍ଞ ଓ ପ୍ରତିଷ୍ଠିତ ଅଧିକାରୀ ଭାବେ ପରିଚିତ।
ଡିସେମ୍ବର ୧୯୮୬ରେ ସେ ଆର୍ମର୍ଡ କୋର୍‌ରେ କମିଶନ ପାଇଥିଲେ। ପ୍ରାୟ ଚାରି ଦଶନ୍ଧିର ସାମରିକ ସେବାକାଳ ମଧ୍ୟରେ ସେ ବିଭିନ୍ନ ଭୂଖଣ୍ଡ ଓ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି। ମରୁଭୂମି ସେକ୍ଟରରେ ଏକ ଆର୍ମର୍ଡ ରେଜିମେଣ୍ଟ ଏବଂ ପଟିଆଲାସ୍ଥିତ ୯୮ ଆର୍ମର୍ଡ ବ୍ରିଗେଡର କମାଣ୍ଡ କରିବା ସହ ସେ ଜମ୍ମୁ-କାଶ୍ମୀରରେ ବିଦ୍ରୋହ ବିରୋଧୀ ଅଭିଯାନରେ ନିୟୋଜିତ ଏକ ଡିଭିଜନ ସ୍ତରୀୟ ଫୋର୍ସର ନେତୃତ୍ୱ ମଧ୍ୟ ନେଇଛନ୍ତି। ବିଭିନ୍ନ ସାମରିକ ଅପରେସନ ଏବଂ କୌଶଳଗତ ଦାୟିତ୍ୱରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଧୀରଜ ସେଠ୍‌ଙ୍କ ନିଯୁକ୍ତିକୁ ଭାରତୀୟ ସେନାର ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଭାବେ ଦେଖାଯାଉଛି।

Leave A Reply

Your email address will not be published.