ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ୟୁକ୍ରେନର ଶରଣାର୍ଥୀଙ୍କୁ ଦେଖି ଭାବୁକ ହେଲେ ବାଇଡେନ, ଋଷକୁ ଦେଲେ ଚେତାବନୀ

0

ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ବାଇଡେନ ପୋଲାଣ୍ଡରେ ଶରଣାର୍ଥୀଙ୍କୁ ଭେଟିବା ପରେ ନିଜର ୩୦ ମିନିଟ ଭାଷଣରେ ଋଷ ଉପରେ ବର୍ଷିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ, ୟୁକ୍ରେନ ଶରଣାର୍ଥୀଙ୍କୁ ଦେଖିବା ପରେ ତାଙ୍କୁ କଣ ଲାଗୁଛି । ବାଇଡେନ କହିଥିଲେ ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହେଉଛନ୍ତି ଜଣେ କଂସେଇ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସେ ଅମାନବୀୟ କହିଛନ୍ତି । ଏପିର ଏକ ରିପୋର୍ଟ ଅନୁସାରେ, ଶରଣାର୍ଥୀଙ୍କ ଭାବୁକ କରିଦେବା ଭଳି ଦୃଶ୍ୟ ଦେଖି ବାଇଡେନ ପୁଟିନଙ୍କୁ ନେଇ କହିଥିଲେ ଯେ , ଭଗବାନଙ୍କ ପାଇଁ ଏହି ବ୍ୟକ୍ତି କ୍ଷମତାରେ ରହିପାରିବେ ନାହିଁ ।

ଗତ ସପ୍ତାହରେ ବାଇଡେନ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବା ଏକଛାତ୍ରବାଦୀ ଶାସକ କହିଥିଲେ । ୩୦ ମିନିଟର ଭାଷଣରେ ବାଇଡେନ କହିଥିଲେ ଯେ, ନାଟୋ ଏକଜୁଟ ଅଛି । ତାହାକୁ ଅଲଗା କରିହେବ ନାହିଁ । ଋଷ ଗଣତନ୍ତ୍ର ଅଡୁଆରେ ପକାଉଛି । ୟୁକ୍ରେନ ଆଜି ନିଜ ସ୍ୱାଧୀନତା ପାଇଁ ଲଢେଇ କରୁଛି । ୟୁକ୍ରେନ ସହିତ ଆମେ ପୁରା ସାମର୍ଥ୍ୟ ସହିତ ଛିଡା ହେଉଛି ବୋଲି କହିଛନ୍ତି ବାଇଡେନ । ୟୁକ୍ରେନକୁ ସବୁ ପ୍ରକାର ସହାୟତା କରିବ ଆମେରିକା ।ଏହା ଛଡା ସାମରିକ ସହାୟତା ପାଇଁ ଆମରିକୀୟ ସୈନ୍ୟ ପୋଲାଣ୍ଡରେ ରହିବେ ବୋଲି ବାଇଡେନ କହିଛନ୍ତି । ସେ ପୁଟିନଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ନାଟୋ ରାଷ୍ଟ୍ରର ଏକ ଇଂଚ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବାଇଡେନଙ୍କ ଭାଷଣ ଶୁଣିବାକୁ ଜନ ସମାଗମ ଦେଖିବାକୁ ମିଳିଥିଲା ।ବାଇଡେନ କହିଛନ୍ତି ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାର କୌଣସି ଯର୍ଥାଥତା ନାହିଁ। ଏଣିକି ଲମ୍ବା ସମୟ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ବାଇଡେନ କହିଛନ୍ତି ।

Leave A Reply

Your email address will not be published.