ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ହଟିଲା କଟକଣା, ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

0

ହଟିଲା କଟକଣା । ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା ସ୍ରଂକମଣ କମିବା ପରେ ସମସ୍ତ ପ୍ରତିବନ୍ଧକ ହଟାଇ କେନ୍ଦ୍ର ସରକାର ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତିା ୨୦୨୦ ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ୨ ବର୍ଷ ହେବ ଅନ୍ତର୍ଜାତୀୟ ଉଡାଣ ବନ୍ଦ ପରେ ଆଜିଠୁ ଏହି ସେବା ଆରମ୍ଭ ହୋଇଛି । ହେଲେ ବିଦେଶ ଯାତ୍ରା ସମୟରେ କିଛି କୋଭିଡ ନିୟମ ମାନିବାକୁ ପଡିବ । ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ.

() ବିମାନ ବନ୍ଦରରେ ଏବଂ ବିମାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି
() ଅନ୍ତର୍ଜାତୀୟ କମର୍ସିଆଲ ବିମାନରେ ୩ଟି ସିଟ୍ ଖାଲି ରଖିବା କଟକଣା ହଟିବ
() ପାଇଲଟ ଓ କ୍ୟୁ ର ମେମ୍ବରଙ୍କୁ ଏଣିକି ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନୁହେଁ
() ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ

Leave A Reply

Your email address will not be published.