ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଶର୍ମିଷ୍ଠା ରାଉତ ଗିରଫ, ଖୋଲିବ ମାନସ ମୃତ୍ୟୁର ରହସ୍ୟ

0

ସରିଲା ଲୁଚକାଳି ଖେଳ। ଦୀର୍ଘ ଦିନ ଧରି ପୁଲିସ ସହ ଛକାପଞ୍ଝା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି। ତାଙ୍କ ସହଯାଗୀ ଝୁନା ଭୋଇ ବି ଗିରଫ। କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ସୂଚନା ଦେଇଛନ୍ତି।

ଆଜି ସକାଳୁ ଭଦ୍ରକ ଚାନ୍ଦବାଲି ନାଳଙ୍ଗାରୁ ଉଭୟଙ୍କୁ ଗିରଫ ନେଇ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି। ପୁଲିସ ଓ କ୍ରାଇମବ୍ରାଂଚର ମିଳିତ ଟିମ ଏମାନଙ୍କୁ ଗିରଫ କରିଛନ୍ତି। ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ। ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଂଚ। ଅନ୍ୟ ଅଭିଯୁକ୍ତଙ୍କୁ ବି ରିମାଣ୍ଡରେ ନିଆଯିବ। ଆଜି ଶର୍ମିଷ୍ଠା ଓ ସହଯୋଗୀ ଝୁନା ଭୋଇଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ।

ସେପଟେ ଆଜି ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠିଛି। କଂଗ୍ରେସ ମାମଲାର ସିବିଆଇ ତଦନ୍ତ ଦାବି କରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡାକୁ ଟାଣିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମାନସଙ୍କ ମାଆ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ଏହି ଘଟଣା ଠିକ ମମିତା ମେହେର ହତ୍ୟାକାଣ୍ଡ ଭଳି।ଉଭୟ ଘଟଣାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଥିବା ବେଳେ ତଦନ୍ତରେ ମନ୍ତ୍ରୀଙ୍କ ନାଁ ନାହିଁ। ତେଣୁ ଏ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସାଲୁଜା କହିଛନ୍ତି।

ଏକ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ମେମୋରି ଚିପ୍‌ରେ କଣ ଥିଲା ତାହା ଏଯାଏ ଜଣାପଡିନି। ପୁଲିସ ପୂର୍ବରୁ ଓଆଇସ ନିରଞ୍ଜନ ସେଠୀଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଘଟଣା ଉପରୁ ପରଦା ଉଠିପାରେ।

Leave A Reply

Your email address will not be published.