ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଶର୍ମିଷ୍ଠା ରାଉତ ଗିରଫ, ଖୋଲିବ ମାନସ ମୃତ୍ୟୁର ରହସ୍ୟ

0

ସରିଲା ଲୁଚକାଳି ଖେଳ। ଦୀର୍ଘ ଦିନ ଧରି ପୁଲିସ ସହ ଛକାପଞ୍ଝା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି। ତାଙ୍କ ସହଯାଗୀ ଝୁନା ଭୋଇ ବି ଗିରଫ। କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ସୂଚନା ଦେଇଛନ୍ତି।

ଆଜି ସକାଳୁ ଭଦ୍ରକ ଚାନ୍ଦବାଲି ନାଳଙ୍ଗାରୁ ଉଭୟଙ୍କୁ ଗିରଫ ନେଇ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି। ପୁଲିସ ଓ କ୍ରାଇମବ୍ରାଂଚର ମିଳିତ ଟିମ ଏମାନଙ୍କୁ ଗିରଫ କରିଛନ୍ତି। ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ। ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଂଚ। ଅନ୍ୟ ଅଭିଯୁକ୍ତଙ୍କୁ ବି ରିମାଣ୍ଡରେ ନିଆଯିବ। ଆଜି ଶର୍ମିଷ୍ଠା ଓ ସହଯୋଗୀ ଝୁନା ଭୋଇଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ।

ସେପଟେ ଆଜି ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ ବିଧାନସଭାରେ ଉଠିଛି। କଂଗ୍ରେସ ମାମଲାର ସିବିଆଇ ତଦନ୍ତ ଦାବି କରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡାକୁ ଟାଣିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମାନସଙ୍କ ମାଆ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ଏହି ଘଟଣା ଠିକ ମମିତା ମେହେର ହତ୍ୟାକାଣ୍ଡ ଭଳି।ଉଭୟ ଘଟଣାରେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଥିବା ବେଳେ ତଦନ୍ତରେ ମନ୍ତ୍ରୀଙ୍କ ନାଁ ନାହିଁ। ତେଣୁ ଏ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସାଲୁଜା କହିଛନ୍ତି।

ଏକ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ମେମୋରି ଚିପ୍‌ରେ କଣ ଥିଲା ତାହା ଏଯାଏ ଜଣାପଡିନି। ପୁଲିସ ପୂର୍ବରୁ ଓଆଇସ ନିରଞ୍ଜନ ସେଠୀଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଘଟଣା ଉପରୁ ପରଦା ଉଠିପାରେ।

Leave A Reply

Your email address will not be published.